No Result
View All Result
୨୫ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାରେ ଗୁଣିଗାରେଡ଼ିକୁ ସନ୍ଦେହ କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଜଣଙ୍କୁ ଗିରଫ କରି କୋୖର୍ଟକୁ ଚାଲାଣ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ଅଡବା ଥାନା ଜାତିଙ୍ଗି ଗାଁର ସିମନ ମାଝୀ (୪୫) ଗତ ୧୯ ତାରିଖ ରିଖରେ ସହଯୋଗୀ ଅରୁଣଙ୍କ ସହ ମିଶି ଖରିଗୁଡ଼ାସ୍ଥିତ ଏକ ଭୋଜିରେ ଯୋଗଦେବାକୁ ଯାଇଥିଲେ। ଅରୁଣ ଗାଁକୁ ଫେରିଆସିଥିବା ବେଳେ ସିମନ ମାଝୀ ଗାଁକୁ ଫେରିନଥିଲେ। ପରିବାର ଲୋକେ ସିମନ ବିଷୟରେ ଅରୁଣଙ୍କୁପଚାରିବାରୁ ସେ ଜାଣିନଥିବା କହିଥିଲେ।

ଏ ନେଇ ସିମନଙ୍କ ଭାଇ ତନ୍ତୁରୁ ଅଡବା ଥାନାରେ ଗୁରୁବାର ଅଭିଯୋଗ କରିଥିଲେ। ପୋଲିସ ଅରୁଣଙ୍କୁ ଥାନାରେ ଅଟକ ରଖ୍ ପଚରାରଚରା କରିବା ପରେ ସେ ହତ୍ୟାକାଣ୍ଡ ବିଷୟରେ ପୋଲିସକୁ କହିଥିଲେ। ସିମନଙ୍କୁ ହତ୍ୟା କରାଯାଇଥିବା ସ୍ଥାନ ମଧ୍ଯ ଅରୁଣ ପୋଲିସକୁ ଦେଖାଇଥିଲେ। ହରଭଙ୍ଗୀ ଡ୍ୟାମ ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସିମନର ମୃତଦେହ ଜବତ କରାଯିବା ସହ ଘଟଣା ସ୍ଥଳରୁ ଏକ ମୋବାଇଲଜବତ କରାଯାଇଛି।
ସାଇଣ୍ଟିଫିକ୍ ଟିମ୍ ପହଞ୍ଚ୍ ଘଟଣାର ତଦନ୍ତ କରୁଛି। ସୂଚନାଯୋଗ୍ୟ, ସିମନଙ୍କ ସାନ ଭାଇ ଡ଼ମ୍ବୁଗୁଧରକୁ ଗୁଣିଗାରେଡ଼ି ସନ୍ଦେହରେ ୨୦୨୧ ଫେବୃୟାରି ମାସରେ ଗୁଳିମାତ କରି ହତ୍ୟା ଉଦ୍ୟମ ହୋଇଥୁନ । ସେହି ସମୟରେ ଜଣଙ୍କୁ ପୋଲିସ ଗିରଫ କରିଥିଲା। ସେହି ଘଟଣା ପରଠାରୁ ଡ଼ମ୍ବୁରୁଧର ପରିବାର ପ୍ରତି ଶତ୍ରୁତା ରହିଥିଲା। ତେବେ ପୋଲିସ ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରି କୋୖର୍ଟ ଚାଲାଣ କରିଥିବା ଅଡବା ଥାନାଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି।

No Result
View All Result