No Result
View All Result
୨୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ନିରାକାରପୁର :-> ଖୋର୍ଦ୍ଧା ରେଳମଣ୍ଡଳ ଅନ୍ତର୍ଗତ ନିରାକାରପୁର ଷ୍ଟେସନ ଠାରେ ଆଂଚଳିକ ହିନ୍ଦୁ ସଙ୍ଗଠନର ସଭାପତି ପ୍ରସାଦ ଦାସ ଙ୍କ ଆବାହକତ୍ୱରେ ଷ୍ଟେସନ ପରିସରରେ ଏକ ଗୁରତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୩୦ ତାରିଖରେ ନିରାକାରପୁର ଷ୍ଟେସନ ରେ ନୁତନ ଭାବେ ଅପ୍ ଓ ଡାଉନ ପ୍ରଶାନ୍ତି ଏକ୍ସପ୍ରେସ ରହଣୀ କୁ ସ୍ବାଗତ ଜଣାଇବା ପାଇଁ ଅଞ୍ଚଳର ସମାଜସେବୀ, ଵୁଦ୍ଧଜିଵି, ବରିଷ୍ଠ ନାଗରିକ ଓଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରଶନ୍ନ କୁମାର ନନ୍ଦ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକ ରେ ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଦିନବନ୍ଧୁ କର, ନିରାକାରପୁର ସାମ୍ବାଦିକ ସଂଘ ର ସଭାପତି ଦୀପକ କୁମାର ପ୍ରଧାନ, ୧୨ ନମ୍ବର ଭାଜପା ମଣ୍ଡଳ ସଭାପତି ଆଲୋକ ରଞ୍ଜନ ଛୋଟରାୟ , ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ପାଲଟାସିଂହ, ଲେଣ୍ଡୁ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ବିନୋଦିନୀ ଦାଶ , ସିପିଏମ ନେତା ଵିଧୁଭୁଷଣ ମହାରଣା , ସ୍ଥାନୀୟ ଅଂଚଳର ଭାଜପା ବରିଷ୍ଠ ନେତା ବିଜୟ ଜୟସିଂହ,
ଇସ୍ବାର୍ଡ ସଂପାଦକ ମ୍ରୁତ୍ୟୁଞ୍ଜୟ ପ୍ରଧାନ, ରାମଦୟା ପରିଷଦ ଯୁଗ୍ମ ସଂପାଦକ ରାମନାଥ ଦାସ,ଯୁବ ନେତା ସୁକେଶ ସେନାପତି,ସନ୍ତୋଷ ଦଳେଇ,ମାଧବ ପାଟ୍ଟଶାଣୀ, ପିଣ୍ଟୁ ବେହେରା ଓ ଅଞ୍ଚଳର ବୁଦ୍ଧିଯିବି ଓ ଯୁବଗୋଷ୍ଠୀ ଏହି ବୈଠକ ରେ ଯୋଗ ଦେଇଥିଲେ।ନୁତନ ଭାବେ ଏକ କୋର କମିଟି ଗଠନ କରାଗଲା ଆସନ୍ତା କାଲି କୋର କମିଟି ବୈଠକରେ କିଭଳି ଭାବେ ସ୍ବାଗତ ସଂବର୍ଦ୍ଧନା କାର୍ଯ୍ୟକ୍ରମ କୁ ଶରସ ସୁନ୍ଦର କରାଯାଇ ପାରିବ ନିଷ୍ପତ୍ତି ନିଆଯିବ ବୋଲି ଆବାହକ ପ୍ରସାଦ ଦାସ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।

No Result
View All Result