୨୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ବାଲୁଗାଁ :-> ରବିବାର ପୂର୍ବାହ୍ନରେ ଓଡିଶା ପତ୍ରକାର ସଙ୍ଘ ଓ ଚିଲିକା ପ୍ରେସ ୟୁନିୟନର ମିଳିତ ଆନୁକୂଲ୍ୟରେ ବାଲୁଗାଁ ନିକଟସ୍ଥ ମାମୁଁ ଭଣଜା ପାହାଡ଼ସ୍ଥିତ ଦୁର୍ଗା ମଣ୍ଡପ ଠାରେ ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁ ଉତ୍ସବକୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ବ୍ୟକ୍ତା ଭାବେ ଖୋର୍ଦ୍ଧା ଡିଆଇପିଆରଓ ଜୋନ୍ନlମୟୀ ଅlଚlର୍ଯ୍ୟ ଓ ଆମନ୍ତ୍ରିତ ଅତିଥି ଭାବେ ପାରିକୁଦ ରାଜା ସନ୍ତୋଷ କୁମାର ସିଂହଦେଓ,

ରାଜ୍ୟ ସମ୍ପାଦକ ଫରୱାର୍ଡ ବ୍ଲକ ଜ୍ୟୋତି ରଞ୍ଜନ ମହାପାତ୍ର, ଓଡିଶା ପତ୍ରକାର ସଂଘର ସଭାପତି ଅଭିନାଶ ମିଶ୍ର,ସମ୍ପାଦକ ମାଧବ ଚନ୍ଦ୍ର ରାଉତରାୟ,ଶ୍ରମିକ ନେତା ଏଆଇସିସିଟିୟୁ ମହେନ୍ଦ୍ର କୁମାର ପରିଡା,ପୂର୍ବତନ ଜିଲ୍ଲା ପରିଷଦ ଲଳିତ ମୋହନ ପଟ୍ଟନାୟକ,ବରିଷ୍ଠ ପତ୍ରକାର ନୁରୁସିଂହ ଚରଣ ମିଶ୍ର, ଭିକାରି ଚରଣ ପ୍ରଧାନ,ପୂର୍ବତନ ସରପଞ୍ଚ ଦେବାଶିଷ ରଥ, ଚିଲିକା ଓକିଲ ସଙ୍ଘର ସଭାପତି ଖଗେଶ୍ୱର ପାତ୍ର ପ୍ରମୁଖ ଯୋଗ ଦେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ୍ରଜ୍ବଳନ କରିଥିଲେ

l କଳାକାର ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଥିଲା l ସଂlପ୍ରତିକ ପରିସ୍ଥିତିରେ ଗ୍ରାମୀଣ ପତ୍ରକାରଙ୍କ ଭୂମିକା ଉପରେ ଅତିଥିମାନେ ଆଲୋକପାତ କରିଥିଲେ l ସଙ୍ଘର ସଦସ୍ୟ ଆଦିତ୍ୟ ପାଇକରାୟ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଶରତ ଚନ୍ଦ୍ର ବରାଳ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ ଉତ୍ସବରେ ଓଡିଶା ପତ୍ରକାର ସଙ୍ଘ ଓ ଚିଲିକା ପ୍ରେସ ୟୁନିଅନର ସଦସ୍ୟ ମାନେ ଉପସ୍ଥିତ ଥିଲେ l














