୨୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚିଲିକା :-> ଗତ ୭ ତାରିଖ ରୁ ଉଦ୍ ଘାଟିତ ହୋଇ ନିରବଚ୍ଛିନ୍ନ ଭାବେ ନୂଆ_ଓ ଅନ୍ତର୍ଗତ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଆଜି ଚିଲିକା ବ୍ଲକ୍ ଅନ୍ତର୍ଗତ ଆଙ୍କୁଲାଚଟି ସ୍ଥିତ ପଞ୍ଚୁ ପଲ୍ଲୀ ଭୀମ ବଳବନ୍ତରାୟ ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟ ରେ ମାନ୍ୟ ଗଣ୍ୟ ଅତିଥି ମାନଙ୍କ ଗହଣରେ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଉଦ୍ ଯାପିତ ହୋଇ ଯାଇଛି।

ଅଧ୍ୟକ୍ଷ ଦେବେନ୍ଦ୍ର ନାଥ ବିଶ୍ଵାଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉଦ୍ ଯାପନ ସଭାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ପରିଷଦ ର ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନ ସିଂହ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ୪ ନଂ ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟା ମମତା ପାଇକରାୟ, ପ୍ରାକ୍ତନ ଚିଲିକା ବ୍ଲକ୍ ଉପାଧ୍ୟକ୍ଷ ଉତ୍ପଳ ପାଇକରାୟ,ଆଲୋକ କୁମାର ନାୟକ,

ଆଙ୍କୁଲା ସମିତି ସଭ୍ୟାଙ୍କ ପ୍ରତିନିଧି ମାନସ ରଞ୍ଜନ ଶତ୍ରୁ ଶଲ୍ୟ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍ ଵୋଧନ ଦେଇଥିଲେ । ବିଭିନ୍ନ ଦିବସରେ କ୍ରୀଡା କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ ନିରଞ୍ଜନ ମିଶ୍ର, ସାମାଜିକ କାର୍ଯ୍ୟକ୍ରମ ଅଧିକାରୀ ଦାୟିତ୍ଵ ରେ ଥିବା ଅଧ୍ୟାପକ ରବି ନାରାୟଣ ହୋତା, ସାଂସ୍କୃତିକ କାର୍ଯ୍ୟକ୍ରମ ଅଧିକାରୀ ଦାୟିତ୍ଵ ରେ ଥିବା ଅଧ୍ୟାପିକା ବସନ୍ତ ମଞ୍ଜରୀ ଦାଶ ସେମାନଙ୍କର ଦାୟିତ୍ବ ସୁଚାରୁରୂପେ ପରିଚାଳନା କରିବା ସହିତ କ୍ରୃତୀ ଯୁବ ପ୍ରତିଭା ଚୟନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।

ଅଧ୍ୟାପକ ସଙ୍ଗ୍ରାମ ମିଶ୍ର, ମମତା ମହାପାତ୍ର, କ୍ରୀଡା ଶିକ୍ଷକ ବିପିନ ବିହାରୀ ସାମନ୍ତରାୟ, ପ୍ରଶାନ୍ତ ମଙ୍ଗରାଜ, ପ୍ରଦୀପ ବଳବନ୍ତରାୟ, ରବିନ୍ଦ୍ର ରାଉତରାୟ, ମଧୁସୂଦନ ଵରାଳ ପ୍ରମୁଖ ଙ୍କ ସହାୟତା କୁ ଭୂୟସୀ ପ୍ରଶଂସା କରାଯାଇଥିଲା । ଏହି ଅବସରରେ କ୍ରୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଅଧ୍ୟାପକ ରବି ନାରାୟଣ ହୋତା ଧନ୍ୟବାଦ ଅର୍ପଣ କରିଥିଲେ।













