୨୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚିଲିକା :-> ପ୍ରାକ୍ତନ ଜନତା ହାଇସ୍କୁଲ, କୁହୁଡି ର ପ୍ରଧାନ ଶିକ୍ଷକ, ବିଶିଷ୍ଟ ସାହିତ୍ୟିକ,କବି, ନାଟ୍ୟକାର ସ୍ବର୍ଗତ ତ୍ରିଲୋଚନ ଦାଶଙ୍କ ଦ୍ବାଦଶାହ ସ୍ମ୍ରତି ଚାରଣ ସଭା ଆଜି ତାଙ୍କର ଜନ୍ମସ୍ଥାନ ଜୀବନଦେଈପୁର ସ୍ଥିତ ମଙ୍ଗଳା ମନ୍ଦିର ପରିସର ରେ ଅନୁଷ୍ଠିତ ହୋଇ ଯାଇଛି।

ବହୁ ପ୍ରାକ୍ତନ ଛାତ୍ର ଛାତ୍ରୀ, ବୁଦ୍ଧିଜୀବୀ ଏହି ଉଦ୍ଦେଶ୍ୟରେ ଆୟୋଜିତ ସଭାରେ ଯୋଗଦେଇ ସ୍ଵର୍ଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ସ୍ମୃତି ଚାରଣ କରିଥିଲେ। ପ୍ରାରମ୍ଭରେ ସ୍ଵର୍ଗତ ଦାଶଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ପ୍ରଦାନ ଓ ଧୂପ ଦୀପ ପ୍ରଜ୍ବଳନ ପରେ ଏକ ମିନିଟ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ।

ଏହାପରେ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ଙ୍କ ସନ୍ ଯୋଜନା ରେ ବରେଣ୍ୟ ଶ୍ରଦ୍ଧାଳୁ ଵ୍ୟକ୍ତି ବିଶେଷ ସେମାନଙ୍କ ର ଅଭିଭାଷଣ ରେ ସ୍ଵର୍ଗତ ଦାଶଙ୍କ ଶିକ୍ଷକ ସୁଲଭ ଗୁଣ , ଛାତ୍ର ବତ୍ସଳତା,ସମୟାନୁବର୍ତ୍ତିତା,ପ୍ରଗାଢ ପାଣ୍ଡିତ୍ୟତା, ସାହିତ୍ୟିକ ସ୍ରୃଜନଶୀଳତା ଆଦି ବହୁବିଧ ଗୁଣର ପ୍ରଶଂସା କରି ସାଂପ୍ରତିକ ଶିକ୍ଷକ ସମାଜ ତାଙ୍କର ଆଦର୍ଶ କୁ ଗ୍ରହଣ କରିବାକୁ ଉଦ୍ ଵୋଧନ ଦେଇଥିଲେ ।

ଏହି ସ୍ମ୍ରତି ଚାରଣ ସଭା ରେ ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ଶକ୍ତିପ୍ରସାଦ ଦାଶ, ପ୍ରାକ୍ତନ ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ର କର୍ମକର୍ତ୍ତା ଅଶୋକ ପଣ୍ଡିତ ରାୟ, ବେଦାନ୍ତ ର ବରିଷ୍ଠ ଅଧିକାରୀ ଯଜ୍ଞେଶ୍ଵର ଦାଶ, ସମୀକ୍ଷା ସମ୍ବାଦ ପତ୍ରର ସମ୍ପାଦକ ମହେଶ୍ବର ବେହେରା, ଶୁଭେନ୍ଦୁ ମାନସିଂହ, ଶିକ୍ଷକ ଶେଷଦେବ ଦାସ,

ନାଚୁଣୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ନାରାୟଣ ବଳିୟାର ସିଂହ ପ୍ରମୁଖ ସ୍ଵର୍ଗତ ତ୍ରିଲୋଚନ ଦାଶଙ୍କ ସ୍ମୃତି ଚାରଣ କରିଥିଲେ। ପରିଶେଷରେ ସ୍ଵର୍ଗତ ଦାଶଙ୍କ ପୁତ୍ର ଵରିଷ୍ଠ ସାମ୍ବାଦିକ ତଥା ନାଚୁଣୀ ମହାବିଦ୍ୟାଳୟ ପରିଚାଳନା ପରିଷଦର ସଭାପତି ଅରୁଣ କୁମାର ଦାଶ ଉପସ୍ଥିତ ବ୍ୟକ୍ତିମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।













