• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଆରମ୍ଭ ହେଲା ଗଜପତି ମହୋତ୍ସବ-୨୦୨୩

Proprietor Abhimanyu Maharana by Proprietor Abhimanyu Maharana
December 20, 2023
in ଓଡ଼ିଶା, ଗଜପତି, ହୋମ୍
0
ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଆରମ୍ଭ ହେଲା ଗଜପତି ମହୋତ୍ସବ-୨୦୨୩
Share on FacebookShare on TwitterWhatsapp

୨୦ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର କଳା, ସଂସ୍କୃତି, ଐତିହ ଓ ସମୃଦ୍ଧ ପରମ୍ପରାର ସମାରୋହ ଗଜପତି ମହୋଉତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୩ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ବହୁ ଆଡମ୍ବର ସହକାରେ ତଥା ପ୍ରବଳ ଜନସମାଗମ ସହ ଉତ୍ସାହ ଉଦ୍ଦୀପନାରେ ଆଜି ଆରମ୍ଭ ହୋଇଯାଛି । ପ୍ରଥମେ ସହରର ଜଗନ୍ନାଥ ମନ୍ଦିର ଠାରେ ପୂର୍ବରୁ ରଖାଯାଇଥିବା ମଶାଲକୁ ଜ୍ୟୋତିକୁ ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଅପରାହ୍ନ ସମୟରେ ଉତ୍ସବ ସ୍ଥଳ ତଥା ଗଜପତି ଷ୍ଟାଡିୟମକୁ ନିଆଯାଇଥିଲା । ପ୍ରଥମ ରଜନୀରେ ଆୟୋଜିତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ତଥା ଗଜପତି ଉତ୍ସବ ପାଳନ କମିଟିର ଅଧ୍ୟକ୍ଷ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତା ରେ ଜିଲ୍ଲାସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଶୁଭଉଦ୍‌ଘାଟନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ମୋରିୟମ ରଇତ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ୍‌. କୁମାର, ପାରଳାଖେମୁଣ୍ଡି ରାଜକୁମାରୀ କଲ୍ୟାଣୀ ଗଜପତି, ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀପ୍ରମୁଖ ମଞ୍ଚାସୀନ ଥିଲେ । ମୁଖ୍ୟଅତିଥି ଗଜପତି ଜିଲ୍ଲା ଏକ ସଂସ୍କୃତି ସମ୍ପର୍ଣ୍ଣ ସ୍ଥଳୀ ରୂପେ ବିବେଚନା କରି ଏଠାକାର ମାଟିର ମହତ୍ୱ ଗୁଣଗାନ କରିଥିଲେ । ଏହି ଅବସରରେ ପଲ୍ଲିଶ୍ରୀ ମେଳା, ଲୋକ କଳା ଉତ୍ସବ, କୃଷିମେଳା ଓ ଖାଦ୍ୟମେଳାର ଆୟୋଜନ କରାଯାଇଛି । ଏହି ଉତ୍ସବରେ ରାଜ୍ୟତଥା ରାଜ୍ୟ ବାହାରୁ ବିଭିନ୍ନ ନୃତ୍ୟଶିଳ୍ପୀ ଯୋଗଦେଇ ଚିତାକର୍ଷକ ଓଡିଶୀ ନୃତ୍ୟ ସମେତ ଲୋକ ନୃତ୍ୟ, ପାରମ୍ପାରିକ ନାଚ ଗୀତ ପରିବେଷଣ କରିଥିଲେ । ମୁଖ୍ୟଅତିଥିଙ୍କ ସମେତ ମଞ୍ଚାସୀନ ଅତିଥିଗଣ ଏହି ଅବସରରେ ଖୋଲାଯାଇଥିବା ପଲ୍ଲିଶ୍ରୀ ମେଳା ସମେତ ବିଭିନ୍ନ ବିଭାଗ ପକ୍ଷରୁ ଖୋଲା ଯାଇଥିବା ଷ୍ଟଲ ପରିଦର୍ଶନ କରି ପ୍ରଶଂସା କରିଥିଲେ ।

ସେହିପରି ସୁସଜ୍ଜିତ ଆଲୋକମାଳାରେ ଝଲସୁଅଛି ମଞ୍ଚ ସମେତ ସମଗ୍ର ଷ୍ଟାଡିୟମ । ସାଂସ୍କୃତିକ ଏବଂ ବିଭିନ୍ନ ନାଚ ଗୀତରେ ଦୁଲୁକୁଛି ମଞ୍ଚ ସହ ଅଞ୍ଚଳ । ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରରେ ଗଜପତି ଜିଲ୍ଲାର ଐତିହ୍ୟ, ସଂସ୍କୃତି, କଳା ଆଦିକୁ ନେଇ ପ୍ରଥମେ ପ୍ରାମାଣିକ ଭିଡିଓ ପ୍ରଦର୍ଶିତ ହୋଇଥିଲା । ଏହାପରେ ପାରଳାଖେମୁଣ୍ଡି ସହରର “ପଦାମୃତ ନୃତ୍ୟାୟନ”, ପ୍ରସିଦ୍ଧ ପାଇକ ଆଖଡା, ଆସାମର ବିହୁ, ବ୍ରହ୍ମପୁରର ଜୋଡି ଶଙ୍ଖ, ରାଜସ୍ଥାନର ଲୋକ ନୃତ୍ୟ, ବଲାଙ୍ଗିରିର କଶଳ ଏକାଡେମୀ ପକ୍ଷରୁ ଡାଲଖାଇ, ଉତ୍ତର ପ୍ରଦେଶର ଲୋକ ନୃତ୍ୟ, ଗଜପତି ତାଇକୋଣ୍ଡୁ ଏବଂ ମହାରାଷ୍ଟ୍ରର ଲବାଣି ଚିତାକର୍ଷକ ନୃତ୍ୟ ଗୀତ ପରିବେଶଣ ହୋଇଥିଲା । ଯାହାକୁ ନେଇ ଶୀତକାକରରେ ମଧ୍ୟ ଦର୍ଶକ ବା ଶ୍ରୋତା ମାନେ ଭରପୁର ଉପଭୋଗ କରିଥିବାର ଦେଖିବାକୁ ମିଳିଥିଲା । ପ୍ରବଳ ଉତ୍ସାହ ଉଦ୍ଦୀପନାର ସହ ଏହି ଗଜପତି ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ପ୍ରବଳ ଜନସମାଗମ ମଧ୍ୟରେ ଏହା ଆଉ ପାଞ୍ଚ ଦିନ ଧରି ଚାଲୁ ରହିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
CSIR–IMMT Celebrates World Environment Day 2026

CSIR–IMMT Celebrates World Environment Day 2026

June 7, 2026
ବାଲିପାଟଣା ବ୍ଲକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ଦରମା ମିଳୁନଥିବାରୁ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ

ବାଲିପାଟଣା ବ୍ଲକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ଦରମା ମିଳୁନଥିବାରୁ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ

June 7, 2026
ଭୁବନେଶ୍ୱରରେ ଅଭାଦା ଭାରତ ଉଦୟ ଯାତ୍ରାରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଯୋଗଦାନ; ଓଡ଼ିଶାର ନବୀକରଣଯୋଗ୍ୟ ଶକ୍ତି ଆକାଂକ୍ଷାକୁ ପୁନଃସୁଦୃଢ କଲା

ଭୁବନେଶ୍ୱରରେ ଅଭାଦା ଭାରତ ଉଦୟ ଯାତ୍ରାରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଯୋଗଦାନ; ଓଡ଼ିଶାର ନବୀକରଣଯୋଗ୍ୟ ଶକ୍ତି ଆକାଂକ୍ଷାକୁ ପୁନଃସୁଦୃଢ କଲା

June 7, 2026
ପୁରୀ ୨ ରେ ସର୍ବବୃହତ ରଜ ମହୋତ୍ସବ ବିଜୟିତା ପିନ୍ଧିବେ ରଜରାଣୀ ମୁକଟ

ପୁରୀ ୨ ରେ ସର୍ବବୃହତ ରଜ ମହୋତ୍ସବ ବିଜୟିତା ପିନ୍ଧିବେ ରଜରାଣୀ ମୁକଟ

June 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

CSIR–IMMT Celebrates World Environment Day 2026

CSIR–IMMT Celebrates World Environment Day 2026

June 7, 2026
ବାଲିପାଟଣା ବ୍ଲକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ଦରମା ମିଳୁନଥିବାରୁ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ

ବାଲିପାଟଣା ବ୍ଲକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ଦରମା ମିଳୁନଥିବାରୁ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ

June 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version