୧୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଚିଲିକା :-> ବାଣପୁର ସ୍ଥିତ ଗାନ୍ଧୀ ଵାଦୀ ଦର୍ଶନ ଉପରେ ପ୍ରତିଷ୍ଠିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏକତା ଵିଦ୍ୟାନିକେତନ ର ୧୫ତମ ବାର୍ଷିକ ଉତ୍ସବ ଆଜି ସୋମବାର ରଙ୍ଗାରଙ୍ଗ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବାଣପୁର ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ ମୁଖ୍ୟ ଅତିଥି ତଥା ଉଦ୍ ଘାଟକ ରୂପେ ଯୋଗଦେଇ ଥିଲେ ।

ବିଶିଷ୍ଟ ଗାନ୍ଧୀବାଦୀ,ସୁସାହିତ୍ୟିକ, ବରିଷ୍ଠ ସାମ୍ବାଦିକ ଗୈ।ରାଙ୍ଗ ଚରଣ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥି ଭାବେ ଦୀପକ କୁମାର ପ୍ରଧାନ ଯୋଗ ଦେଇ ଥିବା ବେଳେ ବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟାପକ ମନୋଜ୍ କୁମର୍ ମହାପାତ୍ର, ସମ୍ପାଦିକା ସୁନିତା ମୁନି , ପ୍ରଧାନ ଆଚାର୍ଯ୍ୟ ଭିକାରୀ ଚରଣ ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ ଵୋଧନ ଦେଇଥିଲେ।

ପ୍ରାରମ୍ଭରେ ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଓ ନ୍ରୃତ୍ୟ ପରିଵେଷିତ ହୋଇଥିଲା। ବିଦ୍ୟାଳୟ ର ଛାତ୍ରୀ ଯସ୍ମିନ୍ ପରିଡା ଏବଂ ସାଥୀ ମାନଙ୍କ ଦ୍ଵାରା ଘୋଷକ ଘୋଷିକା କାର୍ଯ୍ୟ ଅତ୍ୟନ୍ତ ଉଚ୍ଚକୋଟୀର ହୋଇଥିବା ବେଳେ ଏକତା ଵିଦ୍ୟାନିକେତନ ଓ ଏହାର ଅନ୍ୟ ତମ ଶାଖା ତୁମୁରାପୁଟ ର ଛାତ୍ର ଛାତ୍ରୀ ମାନେ ଚିତ୍ତାକର୍ଷକ ସାଂସ୍କୃତିକ ବିଚିତ୍ରା ପରିବେଷଣ କରିଥିଲେ। ଵିଦ୍ୟାନିକେତନ ର ବରିଷ୍ଠ ଗୁରୁ ମା ବିଷ୍ଣୁପ୍ରିୟା ଦାଶ, କବିତା ପାଇକରାୟ, ଜ୍ୟୋସ୍ନା ରାଣୀ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ।













