• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଢେଙ୍କାନାଳ ୪୦ତମ ଜିଲ୍ଳାସ୍ତରୀୟ ବିଜ୍ଞାନ,ଗଣିତ ଓ ପରିବେଶ ପ୍ରଦର୍ଶନୀ-୨୦୨୩-୨୪ ଉଦଯାପିତ

Proprietor Abhimanyu Maharana by Proprietor Abhimanyu Maharana
December 18, 2023
in ଓଡ଼ିଶା, ଢେଙ୍କାନାଳ, ହୋମ୍
0
ଢେଙ୍କାନାଳ ୪୦ତମ ଜିଲ୍ଳାସ୍ତରୀୟ ବିଜ୍ଞାନ,ଗଣିତ ଓ ପରିବେଶ ପ୍ରଦର୍ଶନୀ-୨୦୨୩-୨୪ ଉଦଯାପିତ
Share on FacebookShare on TwitterWhatsapp

୧୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଢେଙ୍କାନାଳ :->  ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, କାଇମାଟି ଠାରେ ଦିବା ୧୦ ଘଟିକା ସମୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ସହଯୋଗରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ବିଜ୍ଞାନ,ଗଣିତ ଓ ପରିବେଶ ପ୍ରଦର୍ଶନୀ- ୨୦୨୩-୨୪ ଉଦଯାପିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଢେଙ୍କାନାଳ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରକଳ୍ପ ପ୍ରଦର୍ଶନୀ ଓ କୁଇଜ୍ କାର୍ଯ୍ୟକ୍ରମର ଉଦଯାପନ କରିଥିଲେ ।ମୁଖ୍ୟଅତିଥି ସ୍ଵୀୟ ଅଭିଭାଷଣରେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନମନସ୍କ ହୋଇ କାର୍ଯ୍ୟସମ୍ପାଦନ କରି ଦେଶ ଗଠନରେ ବ୍ରତୀ ହେବାକୁ ସୁପରାମର୍ଶ ଦେଇଥିଲେ ।

ବିଜ୍ଞାନ ଶିକ୍ଷା ସୁସ୍ଥ ସମାଜ ଗଠନରେ ପ୍ରମୂଖ ଭୂମିକା ମୁଖ୍ୟ ଅତିଥି ମହୋଦୟ ବହୁ ସମୟ ଧରି ସମସ୍ତ ପ୍ରକଳ୍ପ ସବୁକୁ ପରିଦର୍ଶନ କରି ପ୍ରକଳ୍ପକାରୀମାନଙ୍କର ବୈଜ୍ଞାନିକ ମନୋଭାବକୁ ପ୍ରଶ୍ନ ପଚାରି ବୁଝିଥିଲେ।ମୁଖ୍ୟବକ୍ତା ଭାବରେ ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରର ଜିଲ୍ଲା ବିଜ୍ଞାନ ଅଧିକାରୀ ମଥୁରୀ ମୋହନ ରାଉତ ଯୋଗଦାନ କରି ଅତୀତର କଳ୍ପନା ଆଜିର ବାସ୍ତବତା ଓ ତାହାହିଁ ବିଶେଷ ଜ୍ଞାନ ବା ବିଜ୍ଞାନ ।ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ବିକଶିତ କରିବା ଆଜିର ପ୍ରମୁଖ ଆବଶ୍ୟକତା । ଛାତ୍ରୀ -ଛାତ୍ରମାନଙ୍କ ମନରେ ସୃଷ୍ଟି ହେଉଥିବା ପ୍ରଶ୍ନର ଉତ୍ତର ଖୋଜିବାରେ ଶିକ୍ଷୟିତ୍ରୀ -ଶିକ୍ଷକମାନଙ୍କର ପ୍ରମୂଖ ଭୂମିକା ରହିଛି ବୋଲି ଦୃଢ଼ ମତ ବ୍ୟକ୍ତ କରିଥିଲେ।

ଢେଙ୍କାନାଳ ଜିଲ୍ଳା ଶିକ୍ଷା ଅଧିକାରୀ ବିନିତା ସେନାପତି ଉଦଘାଟନୀ ସଭାରେ ସଭାପତିତ୍ୱ କରି ସ୍ୱାଗତ ଭାଷଣ ତଥା ସ୍ଵୀୟ ଅଭିଭାଷଣରେ ପିଲାଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ପ୍ରତିଭା, ଚିନ୍ତନ ଓ ମନ୍ଥନରୁ ସୃଜନଶୀଳତା, ନୂତନତ୍ୱ ସୃଷ୍ଟି ହୋଇଥାଏ । ବିଜ୍ଞାନର ସଦୁପଯୋଗ ସାମାଜିକ ପ୍ରଗତିର ବାର୍ତ୍ତାବହ ବୋଲି ସେ ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଢେଙ୍କାନାଳ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ସ୍ଵୀୟ ଅଭିଭାଷଣରେ ନିରୀକ୍ଷଣ ସହ ଅଧ୍ୟୟନ କଲେ ଅନେକ ଉଦ୍ଭାବନ ସମ୍ଭବ ହୋଇପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।

ବିଜ୍ଞାନ ପ୍ରକଳ୍ପ ଗୁଡିକ ଲୋକାଭିମୁଖୀ ହୋଇ ସମାଜ କଲ୍ୟାଣରେ ଲାଗିବା ଦରକାର ବୋଲି ସେ ଦୃଢ଼ ମତ ପୋଷଣ କରିଥିଲେ।କଣ,କାହିଁକି,କିପରି ପ୍ରଶ୍ନ ପଚାରି ଅନୁସନ୍ଧିତ୍ସୁ ମନୋଭାବ ନେଇ ଉତ୍ତର ଖୋଜିବାକୁ ପରୀକ୍ଷଣ କରିବା ହିଁ ବିଜ୍ଞାନ ଓ ଏହାଦ୍ୱାରା ପିଲାଙ୍କର ପୂର୍ଣ୍ଣାଙ୍ଗ ବିକାଶ ସମ୍ଭବ ହୋଇପାରିବ ବୋଲି ଦୃଢ଼ ମତବ୍ୟକ୍ତ କରିଥିଲେ।ଢେଙ୍କାନାଳ ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ବ୍ରହ୍ମାନନ୍ଦ ରାଉତ, ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଅନ୍ଧବିଶ୍ଵାସ, କୁସଂସ୍କାର ଦୂର କରି ବିଜ୍ଞାନର ମାନବ କଲ୍ୟାଣରେ ଉପଯୋଗ ଆମକୁ ସଭ୍ୟତାର ଶୀର୍ଷରେ ଅଧିଷ୍ଠିତ କରିପାରିବ।ବିଜ୍ଞାନ ପ୍ରଯୁକ୍ତି ବିଦ୍ୟା ଆମର ଜୀବନକୁ ସୁରକ୍ଷିତ ଓ ଦୀର୍ଘଜୀବୀ କରିଛି ।

କୁନି ବୈଜ୍ଞାନିକମାନେ ଏହି ଜ୍ଞାନକୁ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସଂପ୍ରସାରିତ କରି ଏକ ସୁସ୍ଥ ସମୃଦ୍ଧଶାଳୀ ସମାଜ ଗଠନ କରିବାକୁ ସୁପରାମର୍ଶ ଦେଇଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ପରଜଙ୍ଗ ଗୋଷ୍ଠୀ ଶିକ୍ଷା ଅଧିକାରୀ ହରିହର ଦେହୁରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗନ୍ଦିଆ,ପ୍ରଭାତ କୁମାର ନାୟକ ଯୋଗଦାନ କରି ବୈଜ୍ଞାନିକ ମନୋଭାବର ଜାଗୃତି ହିଁ ନୂତନ ସମ୍ଭାବନାର ସ୍ଵାକ୍ଷର ବୋଲି ଦୃଢ଼ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଇମାଟି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରୋହିତ କୁମାର ରାଉତ ପ୍ରମୁଖ ମଞ୍ଚରେ ଆସନ ଗ୍ରହଣ କରିଥିଲେ।ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଲକ୍ଷ୍ମୀଧର ମହାନ୍ତ ଅତିଥି ପରିଚୟ ପ୍ରଦାନ ଓ କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସଂଗେ ସଂଗେ ବାର୍ଷିକ ବିବରଣୀ ପାଠ କରିଥିଲେ ।

ସଭା ପ୍ରାରମ୍ଭରେ ଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ,ପ୍ରଦୀପ ପ୍ରଜ୍ବଳନ, ମଙ୍ଗଳାଚରଣ ଗାନ ଓ ଶାନ୍ତିପାଠ କରାଯାଇଥିଲା।ପ୍ରାରମ୍ଭରେ ସରକାରୀ ଉଚ୍ଚ ବିଦ୍ୟାଳୟ,କାଇମାଟିର ଛାତ୍ରୀ,ଛାତ୍ରମାନେ ବିଜ୍ଞାନ ଭିତ୍ତିକ ଉଦଯାପନୀ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ।ଢେଙ୍କାନାଳ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଅବସରରେ ମୋଟ ୪୦ଟି ବିଦ୍ୟାଳୟରୁ ପ୍ରକଳ୍ପଗୁଡିକ ପ୍ରକଳ୍ପକାରୀ ଛାତ୍ରୀ ଛାତ୍ର ଓ ମାର୍ଗଦର୍ଶକ ଶିକ୍ଷୟିତ୍ରୀ,ଶିକ୍ଷକମାନଙ୍କ ଦ୍ଵାରା ପ୍ରଦର୍ଶିତ ହୋଇ ଦର୍ଶକମଣ୍ଡଳୀ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ବିଚାରକ ଭାବରେ ପାରିମାଳ ମହାବିଦ୍ୟାଳୟ,ପଣ୍ଡୁଆର ଗଣିତ ଅଧ୍ୟାପକ ଚିତ୍ତରଞ୍ଜନ ରାଉତରାୟ ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ବଟକୃଷ୍ଣ ଦାସ ଓ ଲମ୍ବୋଦର ସାହୁ ଯୋଗଦାନ କରି ପ୍ରକଳ୍ପ ଗୁଡିକର ଉଚିତ୍ ମୂଲ୍ୟାଙ୍କନ କରିଥିଲେ।ଓଡିଶା ଆଦର୍ଶ ବିଦ୍ୟାଳୟ, ବାରିହାପୁରର ସପ୍ତମ ଶ୍ରେଣୀର ଛାତ୍ର ଡି.ଶୁଭ୍ରାଂଶୁ ପରିଡ଼ା ପ୍ରଥମ,ସରକାରୀ ଉଚ୍ଚ ବିଦ୍ୟାଳୟ,ଭୁବନର ଅଷ୍ଟମ ଶ୍ରେଣୀର ଛାତ୍ର ଆୟୁଷ ପ୍ରିୟଦର୍ଶନ ରାଉତ,ଦ୍ଵିତୀୟ,

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,କାଲୁରିଆର ଅଷ୍ଟମ ଶ୍ରେଣୀର ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ତୃତୀୟ,ସିଦ୍ଧେଶ୍ବରୀ ଉଚ୍ଚ ବିଦ୍ୟାଳୟ, ରାୟନୃସିଁହ ପୁରର ନବମ ଶ୍ରେଣୀର ଛାତ୍ରୀ ଢେଙ୍କାନାଳ ଦେବସ୍ମିତା ନାଏକ ଚତୁର୍ଥ ଓ ଉତ୍କଳ ଭାରତୀ ବିଦ୍ୟାପୀଠ ଖଲିବୋରେଇର ନବମ ଶ୍ରେଣୀର ଛାତ୍ରୀ ପ୍ରିୟାଅଂଶ ଭୋଇ ପଞ୍ଚମ ସ୍ଥାନ ହାସଲ କରି ମୁଖ୍ୟଅତିଥିଙ୍କ ହସ୍ତରୁ ପ୍ରସଂଶାପତ୍ର ଓ ମେମେଣ୍ଟୋ ପୁରସ୍କାର ଗ୍ରହଣ କରିବା ସଙ୍ଗେ ସଙ୍ଗେ ରାଜ୍ୟ ସ୍ତରୀୟ ପ୍ରକଳ୍ପ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି । ଏହି ଅବସରରେ ଶିକ୍ଷକ ଶିକ୍ଷା ଏବଂ ରାଜ୍ୟ ଶୈକ୍ଷିକ ଗବେଷଣା ଓ ତାଲିମ ପରିଷଦ,ଓଡିଶାଙ୍କ ଦ୍ୱାରା ରାଜ୍ୟ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟସ୍ତରୀୟ ବିଜ୍ଞାନ କୁଇଜ ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲାର ପ୍ରତିନିଧିତ୍ବ କରି ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରି ଜିଲ୍ଲାକୁ ଗୌରବାନିତ୍ୱ କରିଥିବା ଥିବା ଭୁବନ ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ତଥା ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ଗଣେଶ୍ୱର ସାହୁ ଏବଂ ତାଙ୍କର ସୁପୁତ୍ର ଶ୍ରୀମାନ ରୁଦ୍ର ନାରାୟଣ ସାହୁଙ୍କୁ ଢେଙ୍କାନାଳ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ମଞ୍ଚାସୀନ ଅତିଥିବୃନ୍ଦଙ୍କ ଉପସ୍ଥିତିରେ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା।

ଜିଲ୍ଲାସ୍ତରୀୟ ବ୍ଲକ୍ ମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲାର ୮ ଟି ବ୍ଲକ୍ ର ୮୦ ଜଣ ଛାତ୍ରୀ -ଛାତ୍ର ଅଂଶଗ୍ରହଣ କରିଥିଲେ ।ପ୍ରଧାନ ଶିକ୍ଷକ ଦେବରାଜ ରାଉତ,ମୀନକେତନ ପରିଡ଼ା,ପ୍ରଦୀପ କୁମାର ରାଉତ,ତନୁଶ୍ରୀ ମିଶ୍ର,ବୈଜୟନ୍ତୀମାଳା ଷଡଙ୍ଗୀ,ବିଜ୍ଞାନ ଶିକ୍ଷକ ଚନ୍ଦ୍ରମଣି ଦଳବେହେରା,ପ୍ରେମାନନ୍ଦ ସାହୁ,ମାନସ କୁମାର ଗଣ୍ଠିଆ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜକ ଓ ବିଚାରକ ଭାବରେ ଯୋଗ ଦେଇଥିଲେ।ଏହି କୁଇଜ୍ ପ୍ରତିଯୋଗିତାରେ ଓଡ଼ାପଡ଼ା ବ୍ଲକ୍ ର ଧଳପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଦେବୀ ପ୍ରସାଦ ନନ୍ଦ,ମଣିଦେବୀ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ରାଜଶ୍ରୀ ରାଜଲକ୍ଷ୍ମୀ ସାହୁ ଓ ଦଶମ ଶ୍ରେଣୀର ଛାତ୍ର ଶୁଭେନ୍ଦୁ ସାହୁ ଦଳଗତ ଭାବରେ ପ୍ରଥମ ସ୍ଥାନ ଅଧିକାର କରି ଚାମ୍ପିୟନ ହୋଇଥିଲେ।

ଢେଙ୍କାନାଳ ସଦର ବ୍ଲକ୍ ର ଶତାୟୁ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ଦଶମ ଶ୍ରେଣୀର ଛାତ୍ରୀ ତନୁଶ୍ରୀ ନାଥ,ଦଶମ ଶ୍ରେଣୀର ଛାତ୍ର ଦୁର୍ଗା ପ୍ରସାଦ ମିଶ୍ର ଓ ସାରଙ୍ଗଧର ସରକାରୀ ଉଚ୍ଚ ବିଦ୍ୟାଳୟ,ବେଲଟିକିରିର ଦଶମ ଶ୍ରେଣୀର ଛାତ୍ର ରାକେଶ ମହାନ୍ତି ଦଳଗତ ଭାବରେ ଦ୍ଵିତୀୟ ସ୍ଥାନ ଅଧିକାର କରି ରନର୍ସଅପ୍ ହୋଇଥିଲେ ଓ ମୁଖ୍ୟଅତିଥିଙ୍କ ହସ୍ତରୁ ପ୍ରଶଂସା ପତ୍ର ଓ ମେମେଣ୍ଟୋ ପୁରସ୍କାର ଗ୍ରହଣ କରିଥିଲେ।ସେହିପରି କୌଶଳୀ କ୍ଲବ୍ ଦକ୍ଷତା ବୃଦ୍ଧି କର୍ମଶାଳା ଆକାଂକ୍ଷୀ ପାଠ୍ୟକ୍ରମରେ ଜିଲ୍ଲାର ୨୬୬ ବିଦ୍ୟାଳୟର ୨୬୬ ଜଣ ଗଣିତ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଯୋଗଦାନ କରିଥିଲେ ।ରାଜ୍ୟସ୍ତରୀୟ ପ୍ରଶିକ୍ଷକ ସୌରଭ ପଟ୍ଟନାୟକ ଯୋଗଦାନ କରି ମତବିନିମୟ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ।

ଜିଜ୍ଞାସା କ୍ଲବ୍ ଦକ୍ଷତା ବୃଦ୍ଧି କର୍ମଶାଳାରେ କମଳାଙ୍ଗ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ତଥା ରାଜ୍ୟସ୍ତରୀୟ ପ୍ରଶିକ୍ଷକ ଯୋଗଦାନ କରି ଆକାଂକ୍ଷୀ ପାଠ୍ୟକ୍ରମର ନୀତିନିୟମ, ଉଦ୍ଦେଶ୍ୟ, ଆଭିମୁଖ୍ୟ ଓ ଜିଜ୍ଞାସା ଜୀବନ କୌଶଳର ପରିଚାଳନା ସମ୍ପର୍କରେ ଆଲୋକପାତ କରିଥିଲେ ।ଏଥିରେ ଢେଙ୍କାନାଳ ଜିଲ୍ଲାର ୨୬୬ ବିଦ୍ୟାଳୟର ୨୬୬ ଜଣ ବିଜ୍ଞାନ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଯୋଗଦାନ କରିଥିଲେ ।ସନ୍ଧ୍ୟାରେ ଛାତ୍ରୀ -ଛାତ୍ରମାନଙ୍କ ଦ୍ଵାରା ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଦର୍ଶକମଣ୍ଡଳୀ ଦ୍ଵାରା ବେଶ୍ ଉପଭୋଗ୍ୟ ହୋଇପାରିଥିଲା । କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ରୋହିତ କୁମାର ରାଉତ,ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କମିଟିର ବରିଷ୍ଠ ସଦସ୍ୟ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସୁକାନ୍ତ ଚରଣ ସାହୁ,କୈଳାଶ ଚନ୍ଦ୍ର ପୃଷ୍ଟି,ବଟ ବିହାରୀ ବିଦ୍ୟାପୀଠ, ତରଭାର ପ୍ରାକ୍ତନ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ପାଣିଗ୍ରାହୀଙ୍କ
ନେତୃତ୍ୱରେ ସମସ୍ତ ସଦସ୍ୟା,ସଦସ୍ୟ ବୃନ୍ଦ,

ଢେଙ୍କାନାଳ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଲକ୍ଷ୍ମୀଧର ମହାନ୍ତ,ତାଙ୍କର ସହଯୋଗୀ କାର୍ଯ୍ୟାଳୟ ସହକାରୀ ସନ୍ତୋଷ ଆଚାର୍ଯ୍ୟ,ପ୍ରଧାନ ଶିକ୍ଷକ ଅଶୋକ କୁମାର ପଣ୍ଡା,ପ୍ରଶାନ୍ତ କୁମାର ମଲ୍ଲିକ, ପ୍ରାକ୍ତନ ପ୍ରଧାନଶିକ୍ଷକ ବନବିହାରୀ ବାରିକ,ପ୍ରାକ୍ତନ ଶିକ୍ଷକ ସଦାନନ୍ଦ ସାହୁ,ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ,ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କମିଟିର ବରିଷ୍ଠ ସଦସ୍ୟ ତଥା ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର,ମଧୁସୂଦନ ରାଉତ,ସୁଶ୍ରୀ ଶୁଭସ୍ମିତା ବେଉରା,ବବିତା ଲେଙ୍କା, କାଇମାଟି ଉଚ୍ଚ ବିଦ୍ୟାଳୟର ସତ୍ୟବ୍ରତ ପାତ୍ର,ସୀମାନି ନାଏକ,ସ୍ମରଣିକା ବେହେରା,ଜଗନ୍ନାଥ ସାହୁ,ରଘୁନାଥ ଦେହୁରୀ,ନିବେଦିତା ପ୍ରଧାନ,ସନ୍ଦେଶା ମାହେଶ୍ୱରୀ,ଶିକ୍ଷକ ପ୍ରଶାନ୍ତ ପଣ୍ଡା,ସସ୍ମିତା ସାମଲ,ସୁସ୍ମିତା ସାହୁ,ସଂଗୀତା ବେହେରା,ରୁଦ୍ରଚରଣ ଦେହୁରୀ,

ବିବେକାନନ୍ଦ ବାରିକ ଓ ହସିମା ଖାତୁନ ପ୍ରମୁଖ ସମସ୍ତ ଶିକ୍ଷୟିତ୍ରୀ,ଶିକ୍ଷକ ଓ କର୍ମଚାରୀ ବୃନ୍ଦ ସହଯୋଗ କରି କାର୍ଯ୍ୟକ୍ରମର ସଫଳ ରୂପାୟନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ଢେଙ୍କାନାଳ ଜିଲ୍ଲା ଶିକ୍ଷାବିଭାଗ ଅନ୍ତର୍ଗତ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୃନ୍ଦ,ସମସ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ,ପ୍ରଧାନ ଶିକ୍ଷୟିତ୍ରୀ -ପ୍ରଧାନ ଶିକ୍ଷକ ବୃନ୍ଦ,ଶିକ୍ଷୟିତ୍ରୀ -ଶିକ୍ଷକ ବୃନ୍ଦ,ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟା – ସଦସ୍ୟ ବୃନ୍ଦ,ବି.ଆର୍.ସି.ସି. ବୃନ୍ଦ,ସି.ଆର୍.ସି.ସି ବୃନ୍ଦ,ସମସ୍ତ ଶିକ୍ଷା ବିଭାଗର କାର୍ମଚାରୀ ବୃନ୍ଦ,ଛାତ୍ରୀ – ଛାତ୍ର ବୃନ୍ଦ, ସେମାନଙ୍କ ମାତା – ପିତା,ଅଭିଭାବିକା – ଅଭିଭାବକ ବୃନ୍ଦ ଓ ଶିକ୍ଷାକୁ ଭଲ ପାଉଥିବା ସମସ୍ତ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ସମ୍ମିଳିତ ସହଭାଗିତାରେ ଏହି ସୁନ୍ଦର କାର୍ଯ୍ୟକ୍ରମଟିର ସଫଳ ରୂପାୟନ ସମ୍ଭବ ହୋଇପାରିଥିଲା।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଲକ୍ଷ୍ମୀ ମନ୍ଦିର ରତ୍ନମୁଦ ଉତ୍ସବ ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ଲକ୍ଷ୍ମୀ ମନ୍ଦିର ରତ୍ନମୁଦ ଉତ୍ସବ ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

March 18, 2026
ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ସେବତୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ସେବତୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

March 18, 2026
ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’ : ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର

ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’ : ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର

March 18, 2026
ବାଲିପାଟଣାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

ବାଲିପାଟଣାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

March 18, 2026

Recent News

ଲକ୍ଷ୍ମୀ ମନ୍ଦିର ରତ୍ନମୁଦ ଉତ୍ସବ ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ଲକ୍ଷ୍ମୀ ମନ୍ଦିର ରତ୍ନମୁଦ ଉତ୍ସବ ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

March 18, 2026
ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ସେବତୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ସେବତୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

March 18, 2026
ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’ : ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର

ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’ : ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର

March 18, 2026
ବାଲିପାଟଣାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

ବାଲିପାଟଣାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

March 18, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଲକ୍ଷ୍ମୀ ମନ୍ଦିର ରତ୍ନମୁଦ ଉତ୍ସବ ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ଲକ୍ଷ୍ମୀ ମନ୍ଦିର ରତ୍ନମୁଦ ଉତ୍ସବ ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

March 18, 2026
ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ସେବତୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ସେବତୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version