୧୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ଵର :-> ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଅଯୋଧ୍ୟାରୁ ନିମନ୍ତ୍ରଣ ଅକ୍ଷତ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ଆଜି କାର୍ଯ୍ୟକର୍ତ୍ତାମାନେ ଏହି ଅକ୍ଷତ, ପୁଷ୍ପ ଓ ନିମନ୍ତ୍ରଣ ପତ୍ର ନେଇ ରାଜ୍ୟପାଳଙ୍କ ନିକଟରେ ପହଞ୍ଚିଛନ୍ତି ।

ରାଜ୍ୟର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ମାନ୍ୟବର ରାଜ୍ୟପାଳ ରଘୁବର ଦାସଙ୍କ ନିକଟରେ ନିମନ୍ତ୍ରଣ ପତ୍ର ସହ କାର୍ଯ୍ୟକର୍ତ୍ତାମାନେ ଜାନୁଆରୀ ମାସ ୨୨ ତାରିଖରେ ପ୍ରତିଷ୍ଠା ହେବାକୁ ଯାଉଥିବା ମର୍ଯ୍ୟାଦା ପୁରୁଷୋତ୍ତମ ମହାପ୍ରଭୂ ଶ୍ରୀରାମଙ୍କ ମନ୍ଦିର ପାଇଁ ନିଜ ପ୍ରଭାଵ କ୍ଷେତ୍ରରେ ଯଥାସମ୍ଭବ ଏକ ମହୋତ୍ସବ ରୂପେ ପାଳନ କରିବା ପାଇଁ ଅନୁରୋଧ କରିଥିଲେ ।

ଏହି ଐତିହାସିକ ମହୋତ୍ସବକୁ ଏକ ଭବ୍ୟ ରୂପରେଖ ଦେବା ପାଇଁ ପ୍ରଶାସନିକ ସ୍ତରରେ ସହଯୋଗ କାମନା କରିଥିଲେ । ଏହି ଅବସରରେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଭୁବନେଶ୍ୱର ମହାନଗର ପ୍ରମୁଖ ଶୁଭ୍ରାଂଶୁ ଶେଖର ଶତପଥୀ, ଉମାଶଙ୍କର ଆଚାର୍ଯ୍ୟ , ପ୍ରସନ୍ନ କୁମାର ସେନାପତି, ପ୍ରଦୀପ୍ତ କୁମାର ମହାନ୍ତି ପ୍ରମୁଖ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ ।














