- ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ମାଗଣା ଅବଧିକୁ ଆଉ ପାଞ୍ଚ ବର୍ଷ ବଢ଼ାଇଛନ୍ତି ।
- ହିତାଧିକାରୀ ୨୦୨୪ ଜାନୁଆରୀ ୧ ତାରିଖ ଠାରୁ ୨୦୨୮ ଡିସେମ୍ବର ମାସ ୩୧, ୨୦୨୮ ପର୍ଯ୍ୟନ୍ତ ଏହି ବ୍ୟବସ୍ଥାର ସୁବିଧା ପାଇବେ ବୋଲି ଘୋଷଣା ହୋଇଛି ।
୧୭ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଭୁବନେଶ୍ୱର :-> ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଖାଉଟିମାନଙ୍କ ଉଦ୍ଦେଶ୍ୟରେ ଏକ ବଡ଼ ଉପହାର ଘୋଷଣା କରିଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ମାଗଣା ଅବଧିକୁ ଆଉ ପାଞ୍ଚ ବର୍ଷ ବଢ଼ାଇଛନ୍ତି । ଅର୍ଥାତ୍ ୨୦୨୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବ୍ୟବସ୍ଥା ପାଇଁ ସରକାର ମୋଟ ୧୨୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି ।

ହିତାଧିକାରୀ ୨୦୨୪ ଜାନୁଆରୀ ୧ ତାରିଖ ଠାରୁ ୨୦୨୮ ଡିସେମ୍ବର ମାସ ୩୧, ୨୦୨୮ ପର୍ଯ୍ୟନ୍ତ ଏହି ବ୍ୟବସ୍ଥାର ସୁବିଧା ପାଇବେ ବୋଲି ଘୋଷଣା ହୋଇଛି । ଏହା ହାପି ନ୍ୟୁ ଇୟର ପାଇଁ ନୂଆ ଉପହାର । ଏହି ଯୋଜନା ରାଜ୍ୟର ଅଗଣିତ ହିତାଧିକାରୀଙ୍କ ପାଇଁ ଆଣିଛି ହସ, ଖୁସି ଓ ଆନନ୍ଦ ଉଦ୍ଦିପନା ।

ସରକାରଙ୍କ ମୂଳ ଉଦ୍ଦେଶ୍ୟ ହେଉଛି ରାଜ୍ୟରେ ଜଣେ ହେଲେବି ଗରୀବ ଭୋକ ଉପାସରେ ଛଟପଟ ନହେଉ । ତେଣୁ ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ନବୀନଙ୍କ ଏଭଳି ଯୋଜନାକୁ ସାଧାରଣ ଲୋକେ ପ୍ରଶଂସା କରିଛନ୍ତି ।














