No Result
View All Result
୧୬ ଡିସେମ୍ବର ୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି :-> ରାଜ୍ୟ ସରକାରଙ୍କ ଆମଓଡିଶା ନବୀନ ଓଡିଶା ଯୋଜନା ମାଧ୍ୟମରେ ଗଜପତି ଜିଲ୍ଲା ନୁଆଗଡ ବ୍ଳକ ତାବରଡା ସମାଜ କୋଠାଘର ନିର୍ମାଣ ନିମନ୍ତେ ୬ଲକ୍ଷ ଟଙ୍କା ଉପର ତାବରଡା ବାପଟିଷ୍ଟ ଚର୍ଛ ଗୋଷ୍ଠୀ କେନ୍ଦ୍ରୀ ନିମନ୍ତେ ୬ଲକ୍ଷ ଟଙ୍କା, ଖଜୁରିପଦା ପାତ୍ର ସାହି ପୂଜା ମଣ୍ଡପ ନିମନ୍ତେ ୬ଲକ୍ଷ ଟଙ୍କା ଅନୁଦାନ ରାଶି ପାଇଥିବାରୁ ସେହି କାର୍ଯ୍ୟର ଅନୁଦାନ ଫଳକ ଉନ୍ମୋଚନ ଏବଂ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଏବଂ ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇବା ଉଦ୍ଦେଶ୍ୟରେ ସମ୍ପୃକ୍ତ ଗ୍ରାମରେ ଧନ୍ୟବାଦ ସଭା ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଜେଡି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ,, ବ୍ଳକ ସଭାପତି ଯୋହନ ମାଝି, ଏସଡିସି ମେମ୍ବର ଏବଂ ଜିଲ୍ଲା ଉପସଭାପତି ଜେମସ ରାଇକା, ଜିଲ୍ଲା ସହସମ୍ପାଦକ ଯକ୍ଷୀୟ ମଣ୍ଡଳ,ସାସଂଦ ପ୍ରତିନିଧି, ସହ ବହୁ ବିଜେଡି କର୍ମୀ ପ୍ରମୁଖ ଯୋଗଦେଇଥିଲେ । ଉଭୟ ଗ୍ରାମର ପଦାଧିକାରୀଙ୍କ ଉପସ୍ଥିତିରେ ଆମ ଓଡିଶା ନବୀନ ଓଡିଶା ଯୋଜନା ଅନୁଦାନ ଫଳକ ଉନ୍ମୋଚନ ହୋଇଥିଲା । ଏହାପରେ ଧନ୍ୟବାଦ ସଭା ଅନୁଷ୍ଠିତ ହୋଇଥିଲା ।

ପ୍ରଥମେ ଯୋଗଦେଇଥିବା ଅତଥିମାନଙ୍କୁ ସମ୍ମାନିତ କରାଯାଇଥିଲା । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଏବଂ ସ୍ବଛ ଶାସନ ବିଷୟରେ ବକ୍ତବ୍ୟ ଦେଇଥିଲେ । ଆମ ଓଡିଶା ନବୀନ ଓଡିଶା ଯୋଜନା ମଧ୍ୟମରେ ବିଭିନ୍ନ ଗ୍ରାମରେ ସମାଜ କୋଠ ଘର, ଚର୍ଛ ଗୋଷ୍ଠୀ କେନ୍ଦ୍ର, ସାହିରେ ପୂଜା ମଣ୍ଡପର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ଅନୁଦାନ ରାଶି ଦିଆଯାଇଥିବାରୁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତୀ ଏବଂ ଆମ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଜଣାଇଥିଲେ ଅନୁଦାନ ପାଇଥିବା ଗ୍ରାମବାସୀ ।
No Result
View All Result