No Result
View All Result
୧୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା ଜିଲ୍ଲା :-> ନିରାକାରପୁର ସଖା ସଂଘ କ୍ରିଡା ସଂସଦ ଆନୁକୂଲ୍ୟରେ ୩୦ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ କ୍ଷେତ୍ରବାସି ଡିଏଭି ମହାବିଦ୍ୟାଳୟ କଲେଜ ପଡିଆରେ ଅନୁଷ୍ଠିତ ସେମିଫାଇନାଲରେ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି।ଆଜି ଇଲାମ ବଜାର କୋଲକାତା ଓ ୟୁଗଂ ଉତ୍କଳ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଆଜି ୟଗଂ ଉତ୍କଳ କଟକ ୬/୧ ଗୋଲରେ ଇଲାମ ବଜାର କୋଲକାତା କୁ ହରାଇ ଫାଇନାଲରେ ପ୍ରବେଶ କରିଛି।ଆୟୋଜିତ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଶିଳ୍ପପତି ତଥା ସମାଜସେବୀ ସଂଜୟ କୁମାର ପଟ୍ଟନାୟକ, ଇଂଜିନିୟର ବିଶ୍ୱ ମୋହନ ପଟ୍ଟନାୟକ,ଶିକ୍ଷକ ନେତା ରମାକାନ୍ତ ମହାପାତ୍ର, ସୁମନ୍ତ କୁମାର ମହାପାତ୍ର,ମହାପାତ୍ର,ଜିତେନ୍ଦ୍ର କୁମାର ମହାନ୍ତି, ଶୁଭମ ଦାଶ,ଖୋର୍ଦ୍ଧା ଜିଲ୍ଲା ବିଜୁଜନତା ଦଳର ସଭାପତି ରାଜେଶ ପରୀଡା,ସମାଜସେବୀ ଶୁଭମ ଦାଶ,ବିଜୁ ଜନତା ଦଳର ରାଜ୍ୟ ସଂମ୍ପାଦକ ରୁଦ୍ରନାଥ ଦତ୍ତ,

ଖୋର୍ଦ୍ଧା ଜିଲ୍ଲା ମହିଳା ଛାତ୍ର ନେତ୍ରୀ ପ୍ରତିସ୍ମିତା ନାୟକ,ଜିଲ୍ଲା ଛାତ୍ରବିଜେଡି ସଭାପତି ବିଶ୍ୱଜିତ ପରୀଡା ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।ସଖା ସଂଘ କ୍ରିଡା ସଂସଦ ର ସହ ସମ୍ପାଦକ ତଥା ନିରାକାରପୁର ଦିପକ କୁମାର ପ୍ରଧାନଙ୍କ ମାତା ସ୍ବର୍ଗୟା ଉଷାରାଣୀ ପ୍ରଧାନଙ୍କ ସୃତି ଉଦେଶ୍ୟରେ ଶ୍ରଷ୍ଠ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ସେହିପରି ଅନ୍ୟ ଏକ ଦଳର ଶ୍ରେଷ୍ଠ ଖେଳାଳିଙ୍କୁ ସଖା ସଂଘ କ୍ରିଡା ସଂସଦ ର ଉପସଭାପତି ଶ୍ୟାମସୁନ୍ଦର ପଟ୍ଟନାୟକଙ୍କ ଧର୍ମପତ୍ନୀ ସ୍ବର୍ଗତ ପ୍ରମିଳା ପଟନାୟକଙ୍କ ସୃତି ଉଦେଶ୍ୟରେ ଟ୍ରଫି ପ୍ରଦାନ କରାଯାଇଥିଲା।

ଏହି ଅଵସରରେ ସଖାସଂଘ କ୍ରିଡା ସଂସଦର ସଭାପତି ବିପିନ କୁମାର ଜୟସିଂହ ସଭାପତିତ୍ବରେ ରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି ଦୁଇ ଦଳର ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ କାର୍ଯ୍ୟକ୍ରମ ରେ ସଖା ସଂଘ ପକ୍ଷରୁ ସମ୍ପାଦକ ଭାଗିରଥି ପ୍ରଧାନ, କୋଷାଧ୍ୟକ୍ଷ ହରିବନ୍ଧୁ ସିଂ ସହସମ୍ପାଦକ ଦିପକ ପ୍ରଧାନ,ସଭ୍ୟ ବିଭୂତି ଭୂଷଣ ଦାଶ,ପ୍ରକାଶ ବଳିୟାରସିଂହ, ବାଲୁଙ୍କେଶ୍ୱର ବେହେରା, ଲଲାଟେନ୍ଦୁ ରଥ ପ୍ରମୁଖ ସହଯୋଗ କରିଥିଲେ।ଆସନ୍ତା ୧୫ତାରିଖରେ ମହିଳା ଫୂଟବଲ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହେବ ଏବଂ ୧୬ତାରିଖରେ ୟୁଗଂ ଉତ୍କଳ କଟକ ଓ ପପୁଲାର କ୍ଲବ ଢେଙ୍କାନାଳ ମଧ୍ୟରେ ଅନୁଷ୍ଠିତ ହେବ।

No Result
View All Result