No Result
View All Result
୧୪ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲା ମୋହନା ବନାଞ୍ଚଳ ମଳାସପଦର ପଞ୍ଚାୟତ ର ଡିମ୍ବିରିପଙ୍କାଳ ଗାଁ ନିକଟରେ ବାଘ ଆତଙ୍କ l ବୁଧୁବାର ରାତିରେ ଗାଁ ର ଆସଲେ ଗମାଙ୍ଗ ଓ ତାଙ୍କ ପତ୍ନୀ ବୈଶାଖୀ ଗମାଙ୍ଗ ନିଜ ମକା କିଆରୀରେ କରିଥିବା ମଞ୍ଚା ଉପରେ ରହିଥିଲେ l ରାତି ପ୍ରାୟ ୧୧ ଟା ସମୟରେ ଗୋଟିଏ ବାଘ ମଞ୍ଚା ତଳେ ସୋଇଥିବା ଦେଖି ଦୁଇ ବୃଦ୍ଧା ଦମ୍ପତି ଡରିଯାଇଥିଲେ l କିଛି ସମୟ ପରେ ବାଘ ଟି ଜଙ୍ଗଲ କୁ ଚାଲିଯାଇଥିଲା l
ଏହାପରେ ବୃଦ୍ଧା ଦମ୍ପତି ଗାଁ ଲୋକଙ୍କୁ ପାଟିକରି ଡାକିଥିଲେ l ଗାଁ ଲୋକେ ସେମାନଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ ବୋଲି ଆସଲେ ଓ ତାଙ୍କ ପତ୍ନୀ ବୈଶାଖୀ କହିଛନ୍ତି l ଖବର ପାଇଁ ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଶୋଇ, ବନ ପାଳ ଦେବାଶିଷ ଶତପଥି ଓ ଟିମ ପହଞ୍ଚି ପାଦ ଚିହ୍ନ ଯାଞ୍ଚ କରିଥିଲେ l
ଯାଞ୍ଚ ପରେ ଏହା କଲରାପତିଆ ବାଘ ର ପାଦ ଚିହ୍ନ ବୋଲି ଅନୁମାନ କରାଯlଉଛି l ସେହି ଅଞ୍ଚଳରେ ବହୁଦିନ ହେଲା ଦୁଇଟି କଲରାପତରିଆ ବାଘ ଥିବା ବନ ବିଭାଗ ସୂଚନା ଦେଇଛି l ତେଣୁ ସନ୍ଧ୍ୟା ପୂର୍ବରୁ ଘରକୁ ଫେରିବା ସହ ଗାଈ ଗୋରୁ କୁ ଗୋଟିଏ ଜାଗା ରେ ବାନ୍ଧି ରଖି ରାତିରେ ଘରୁ ନ ବାହାରିବା ପାଇଁ ବନ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି l

No Result
View All Result