୧୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ନାଚୁଣୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ନାରାୟଣ ବଳିୟାର ସିଂହ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ନୂଆ-ଓ କାର୍ଯ୍ୟକ୍ରମ ର ସଫଳ ରୂପାୟନ ରେ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ସମେତ ସାମ୍ବାଦିକ ମାନଙ୍କ ର ପ୍ରତ୍ୟକ୍ଷ ଭୂମିକାକୁ ହ୍ରୃଦୟଙ୍ଗମ କରି ଆଜି ବୁଧବାର ମହାବିଦ୍ୟାଳୟ ପରିସରରେ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆହ୍ବାନ କରିଥିଲେ। ତଦନୁସାରେ ଅଧ୍ୟକ୍ଷ ଙ୍କ କାର୍ଯ୍ୟାଳୟ କକ୍ଷରେ ଚିଲିକା ଜର୍ଣାଲିଷ୍ଟ ୟୁନିୟନର ସଭାପତି ଭିକାରୀ ଚରଣ ପ୍ରଧାନ,

ଦିଲ୍ଲୀପ କୁମାର ଶତପଥୀ , ପ୍ରଦୋଷ କୁମାର ଦାସ, ମନୋଜ ମୋହନ ବରାଳ, ପ୍ରଦ୍ୟୁମ୍ନ ରଞ୍ଜନ ସୁଆର, ଦିଲ୍ଲୀପ କୁମାର ସ୍ଵାଇଁ, ପ୍ରକାର ଚନ୍ଦ୍ର ସୁବୁଦ୍ଧି,ଲିଟନ୍ ଛୋଟରାୟ, ଅଖିଳ କୁମାର ପଲେଇ, ସଂଗ୍ରାମ କୁମାର ରଣା ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ମହାବିଦ୍ୟାଳୟ ର ବିଭିନ୍ନ ଭୌତିକ, ଶୈକ୍ଷିକ ଓ ସହପାଠ୍ୟ କାର୍ଯ୍ୟକ୍ରମ ରେ ଶିକ୍ଷାର୍ଥୀ ମାନଙ୍କ ବିକାଶ ଉପରେ ମତ ବିନିମୟ କରିଥିଲେ। ଏହି ଅବସରରେ ଗତ ଡିସେମ୍ବର ୧୨ତାରିଖ ଠାରୁ ଆରମ୍ଭ ହୋଇ ୩୧ତାରିଖରେ ଉଦ୍ ଯାପିତ ହେବାକୁ ଥିଵା ଯୁବ ବିକାଶ କାର୍ଯ୍ୟକ୍ରମ କ୍ରମରେ ସାମାଜିକ,
ସାଂସ୍କୃତିକ ଓ କ୍ରୀଡ଼ାଗତ ଅଭିଯାନ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଥିଲା। ଏହି ସମ୍ମିଳନୀ ରେ ମହାବିଦ୍ୟାଳୟ ର ଓଡ଼ିଆ ଭାଷା ସାହିତ୍ୟ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ରାଜକିଶୋର ସାହୁ, ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଶାନ୍ତନୁ କୁମାର ମିଶ୍ର, ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ଗୋଲକ ବିହାରୀ ବାରିକ ମୁଖ୍ୟ ସହାୟତା କରିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କ ର ସହାୟତା କାମନା କରିଥିଲେ। ପରିଶେଷରେ ପ୍ରାଧ୍ୟାପକ ରାଜକିଶୋର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।














