୧୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ପୂର୍ବ ନିର୍ଦ୍ଧାରିତ ଡାକରା ଅନୁଯାୟୀ ଆଜି କେନ୍ଦ୍ରୀୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଓଡ଼ିଶା ଡାକ ସର୍କଲ ଅନ୍ତର୍ଗତ ଭୁବନେଶ୍ଵର ମଣ୍ଡଳ ଅଧୀନରେ ଥିବା ବାଲୁଗାଁ ଉପ ମଣ୍ଡଳର ଗଙ୍ଗାଧରପୁର ଉପଡାକଘର ଠାରେ ଆଠଟି ଶାଖା ଡାକଘର ତଥା ବଉଳାବନ୍ଧ, ହରିକୁଣ୍ଡବରଡି,ସୁନାଖଳା, ହରିପୁର, କୁଲେଇ ,ନାଚୁଣୀ, ନଇରି, ଓ ସଲପଡ଼ିହ ର ସମସ୍ତ ଗ୍ରାମୀଣ ଡାକ ସେବକମାନେ ପାଞ୍ଚ ଦଫା ଦାବିରେ ଅନିର୍ଦ୍ଦିଷ୍ଟ କାଳପାଇଁ ଧର୍ମଘଟରେ ବସିଛନ୍ତି ।
ସେମାନଙ୍କର କଥା କେନ୍ଦ୍ର ସରକାରଙ୍କର ମେରୁଦଣ୍ଡ ସାଜିଥିବା G.D.S. ସେବକ ଭାଇମାନେ ଆଜିର ସମାଜରେ ସର୍ବାଧିକ ଅବହେଳିତ । କେନ୍ଦ୍ରସରକାର, ଆଜିର ଦେଶ ଭାରତ Digital ବୋଲି ବାହାବା ନେଉଥିବା ବେଳେ ଗ୍ରାମୀଣ ଡ଼ାକ ସେବକମାନଙ୍କୁ ଦିନକୁ ୪/୫ଘଣ୍ଟା କାର୍ଯ୍ୟ ଦେଉଅଛନ୍ତି । ଗ୍ରାମୀଣ ଡ଼ାକ ସେବକମାନେ ସରକାରୀ କର୍ମଚାରୀ ହୋଇ ନ ଥିବା ବେଳେ, ରାଜ୍ୟସରକାରଙ୍କ ଜନ କଲ୍ୟାଣ ନୀତି ଏବଂ ଜେନ୍ଦ୍ରସରକାରଙ୍କ ଅନୁଦାନ ଓ ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି ।

ଆମ କେନ୍ଦ୍ରସରକାର ବ୍ରିଟିସ୍ ସରକାରଙ୍କର ନୀତିକୁ ଆପଣାଇ ଥିବାବେଳେ କାମୁ କାଶ୍ମୀରରେ କିପରି ନୀତି ପ୍ରଣୟନ କଲେ । G.D.S.ଭାଇମାନେ ଭାରତର ନାଗରୀକ ନୁହେଁକି ? ୨୦୧୬ ମସିହାରେ ସରକାର କେନ୍ଦ୍ର କର୍ମଚାରୀ ମାନଙ୍କୁ 7th Pay Comission ଲାଗୁ କରିଥିଲେ ମଧ୍ୟ G.D.S. ସେବକ ମାନେ ୨୦୧୮ ମସିହାରେ ଧର୍ମଘଟ କରି ସଫଳ ହୋଇ ଥିଲେ । ଆମ୍ଭେମାନେ Departmentର Target Fillup କରୁଛୁ, ସରକାର ଆମ୍ଭର Demand Fillup କରିବା କଥା ନୁହେଁକି ? ବର୍ତ୍ତମାନ ସରକାର ଆମମାନଙ୍କୁ ବାରମ୍ବାର ଭଣ୍ଡେଇବାରେ ଲାଗିଛନ୍ତି ।
କେନ୍ଦ୍ର ସଂଘର ନିର୍ଦ୍ଦେଶକ୍ରମେ ପ୍ରଥମେ ଡ଼ିଭିଜନ ସମ୍ମୁଖରେ ଦିନିକିଆ ଧର୍ମଘଟ ଏବଂ ସର୍କଲ ଅଫିସ୍ ଆଗରେ ଦିନିକିଆ ଧର୍ମଘଟ ହୋଇଥିଲେ ହେଁ ବର୍ତ୍ତମାନ ସୁଧା କର୍ଣପାତ କରୁନାହାଁନ୍ତି । ବର୍ତ୍ତମାନ ସମୟ ଆସିଛି ଆମ୍ଭେମାନେ ସମସ୍ତେ ଦଳମତ ନିର୍ବିଶେଷରେ ତା୧୨.୧୨.୨୦୨୩ ଠାରୁ ଅନିର୍ଦ୍ଦିଷ୍ଟ କାଳୀନ ଧର୍ମଘଟ କରି ଡ଼ାକ ବିଭାଗକୁ ସଂପୂର୍ଣ ଅଚଳ କରିବା । କିଛି ପାଇବାକୁ ହେଲେ କିଛି ହରାଇବାକୁ ପଡ଼ିବ । ତେଣୁ ଆପଣମାନଙ୍କୁ ସମସ୍ତଙ୍କୁ ଅନୁରୋଧ ଆପଣମାନେ ସମସ୍ତେ ଧର୍ମଘଟରେ ସାମିଲ ହୋଇ ଧର୍ମଘଟକୁ ସଫଳ କରିବା ।
ଆମର ମୁଖ୍ୟ ଦାବି :-
୧. ଗ୍ରାମୀଣ ଡ଼ାକ ସେବକମାନଙ୍କୁ କାର୍ଯ୍ୟ ସମୟ ୮ ଘଣ୍ଟା ଦିଆଯାଉ ।
୨. ୧୨ ବର୍ଷରେ ଆର୍ଥିକ ପଦୋନ୍ନତି ଦେବା ସଙ୍ଗେସଙ୍ଗେ ୧୨/୨୪/୩୬ ଲାଗୁ କରାଯାଉ ।
୩. ସେବକମାନଙ୍କୁ ୫ ଲକ୍ଷ ପର୍ଯ୍ୟନ୍ତ ସ୍ବାସ୍ଥ୍ୟବୀମା ଦିଆଯାଉ ।
୪ . ସେବକମାନଙ୍କୁ ୫ ଲକ୍ଷ ଓ ଗ୍ରାଚୁରିଟି ୫ ଲକ୍ଷ ସେଭେରାନ୍ସ ଆଲାଉନ୍ସ ଦିଆଯାଉ ।
୫. ଟାର୍ଗେଟ ନାମରେ ସେବକମାନଙ୍କ ଦରମାବନ୍ଦ, ବଦଳି ଓ ନିର୍ଯ୍ୟାତନ ଦିଆ ନ ଯାଉ ।
୬. କମଲେସ ଚନ୍ଦ୍ର କମିଟି ଦେଇଥିବା ରିପୋର୍ଟ ସମ୍ପୁର୍ଣ୍ଣ କାର୍ଯକାରୀ କରିବା।
୭. ୧୮୦ ଦିନ ସବେତନ ଛୁଟି ପ୍ରଦାନ କରିବା।
୮. IPPB କାର୍ଯ୍ୟକୁ ଇନ୍ସେଣ୍ଟିଭ ସିଷ୍ଟମ ଅବୋଲିସ କରିବା।














