୧୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଜସୁନାଖଳା/ରଣପୁର :-> ଶାନ୍ତ ସ୍ନିଗ୍ଧ ଓ ଭାଇଚାରା ର ଏକ ଭବ୍ୟ ଅବସରରେ ପଞ୍ଚମ ବାର୍ଷିକ ରାଜସୁନାଖଳା ମହୋତ୍ସବ -“କାଉଁରୀ” 2023ର ତୃତୀୟ ସଂନ୍ଧ୍ୟା ରବିବାର ଉଦଘାଟିତ ହୋଇଥିଲା l ମହୋତ୍ସବର ମୁକ୍ତାକାଶ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଶୀ, ସମ୍ବଲପୁରୀ ଏବଂ ସମରିକ କଳା ସାଥୀକୁ ବିଭିର୍ନ୍ନ ଅଞ୍ଚଳରୁ ଆସିଥିବା କଳାକାରଙ୍କ ଦ୍ୱାରା ଲୋକ ନୃତ୍ୟ ଲଦର୍ଶକମାନଙ୍କୁ ଆକୃଷ୍ଟ କରିଥିଲା।
ଏହି ସନ୍ଧ୍ୟାର ଅନୁଷ୍ଠିତ ସାଧାରଣସଭାରେ ମହୋତ୍ସବ କମିଟିର ଅଧ୍ୟକ୍ଷ ଆର୍ତ୍ତତ୍ରାଣ ପ୍ରଧାନ ପୌରୋହିତ୍ୟ କରିଥିଲେ। ମୁଖ୍ୟଅତିଥ୍ୟ ଭାବେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ଼ଃ ସମ୍ବିତ ପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବେ ମହୋତ୍ସବ ର ତୃତୀୟ ସନ୍ଧ୍ୟାକୁ ଉଦଘାଟନ ଥିଲେ l

ସାଧାରଣ ସଭା ପ୍ରାରମ୍ଭରେ ଆବାହନୀ ସଂଗୀତ ଗାନ ପରେ ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ପ୍ରଧାନ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲା ବେଳେ ସ୍ମରଣିକା କମିଟି ସମ୍ପାଦକ ପ୍ରଦୀପ କୁମାର ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ବକ୍ତା ରୂପେପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଯୋଗଦେଇଥିଲେ l
ସମ୍ମାନିତ ଅତିଥି ଭାବେ ରଣପୁର ବ୍ଲକ ଅଧକ୍ଷା ନିର୍ମଳା ବେହେରା,ସମିତିସଭ୍ୟ ତପନ ପ୍ରଧାନ,ସମାଜସେବୀ ଲଷ୍ମଣ ରଣା, ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁ ଚୌଧୁରୀ,ଶୈବ ଗବେଷକ ଜିତେନ୍ଦ୍ର ରଣା, ପୂର୍ବତନ ସରପଞ୍ଚ ଜୟନ୍ତ କୁମାର ନାୟକ,

ସମାଜସେବୀ ଅଭିଷେକ ସାମନ୍ତରାୟ ପ୍ରମୁଖ ମଂଚାସୀନ ହୋଇ ଅଭିଭାଷଣ ପ୍ରଦାନ କରିଥିଲେ l ମହୋତ୍ସବ କମିଟି ର ଆୟୋଜକ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ଉପସ୍ଥିତ ରହି ସହଯୋଗ କରିଥିଲା ବେଳ ଅଧ୍ୟକ୍ଷ୍ୟ ଶ୍ରୀ ପ୍ରଧାନ ଧନ୍ୟବାଦ ଦେଇଥିଲେ |


















