No Result
View All Result
୧୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଗଜପତି ଜିଲ୍ଲାରେ ରହିବନି ରାସ୍ତାଘାଟ ସମସମ୍ୟା । ମୋହନା , ଆର,ଉଦୟଗିରି ଏବଂ ନୁଆଗଡ ବ୍ଳକରେ ରାସ୍ତା ଏବଂ ପୋଲ ନିର୍ମାଣ ପାଇଁ ୯୬ କୋଟିରୁ ଅଧିକ ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ । ସେଥିମଧ୍ୟରୁ ବିଜୁ ସେତୁ ଯୋଜନାରେ ୯ଟି ପୋଲ ନିର୍ମାଣ ହେବାପାଇଁ ଥିବା ପାଇଁ ଥିବାବେଳେ, ମୁଖ୍ୟମନ୍ତୀ ସଡକ ଯୋଜନାରେ ୬ଟି ରାସ୍ତା ନିର୍ମାଣ ହେବ । ଗତ ଅକ୍ଟୋବର ମାସରେ ମୁଖ୍ୟମନ୍ତୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଞ୍ଚଳର ସରପଞ୍ଚ, ସମିତିସଭ୍ୟ ଏବଂ ବ୍ଳକ ଅଧ୍ୟକ୍ଷ ମାନେ ସମସ୍ୟା ଜଣାଇଲେ ।
ଅଭିଯୋଗକୁ ଗୁରୁତ୍ବର ସହ ନେଇ ମୁଖ୍ୟମନ୍ତୀ ନିର୍ମାଣ କାର୍ଯ୍ୟ ପାଇଁ ଟଙ୍କା ଅନୁମୋଦନ କରିଛନ୍ତି । ଅତିଶ୍ରୀଘ ନିର୍ମାଣ କାର୍ଯ୍ୟ ଆରମ୍ଭ ପାଇଁ ମୁଖ୍ୟମନ୍ତୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି । ବିକାଶ କାର୍ଯ୍ୟ ଆଗକୁ ନେବାରେ ମୁଖ୍ୟମନ୍ତୀଙ୍କ ତ୍ବରିତ ପଦକ୍ଷେପ ପାଇଁ ଗଜପତି ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ଓ ମୋହନା ବ୍ଳକ ଅଧ୍ୟକ୍ଷ ରଞ୍ଜୀବ ଶବରଙ୍କ ସମେତ ନିର୍ବାଚନ ମଣ୍ଡଳୀର ଜନ ସାଧାରଣ ମୁଖ୍ୟମନ୍ତୀଙ୍କ ଧନ୍ୟବାଦ ଜଣାଇଛନ୍ତି ।

No Result
View All Result