୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ନୟାଗଡ଼ ଜିଲ୍ଲା, ରଣପୁର ବ୍ଲକ୍ ଅନ୍ତର୍ଗତ ଗଡବାଣିକିଲୋ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଦିନ ଗୋଟାଏ ବେଳେ ନିଉ ଓଡ଼ିଶା, ଯୁବ ଓଡ଼ିଶା, ନଵୀନ ଓଡ଼ିଶା ଆୟୋଜିତ ହୋଇ ଯାଇଛି । ଏଥିରେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ପ୍ରଧାନ ମୁଖ୍ୟ ଅତିଥି, ନୟାଗଡ଼ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଶ୍ରୀ ଦେବାଶିଷ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ । ଏଥିରେ ଯୁକ୍ତ ଦୁଇ କଲେଜର ଅଧକ୍ଷ୍ୟା ଡକ୍ଟର ଶୁଭଦର୍ଶୀନୀ ଦେବି ସଭାପତିତ୍ବ କରିଥିଲେ ।

ସମ୍ମାନିତ ଅତିଥି ରୂପେ ଯୁକ୍ତ ତିନି କଲେଜର ଅଧ୍ୟକ୍ଷ ଶ୍ରୀ ପବିତ୍ର କୁମାର୍ ସେଠୀ ଓ ଗଡ ବାଣିକିଲୋ ପଂଚାୟତର ସରପଞ୍ଚ ଶ୍ରୀ ବ୍ରଜ ମୋହନ ରାଉତରାୟ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜର ସମସ୍ତ ଅଧ୍ୟାପକ , ଅଧ୍ୟାପିକା,ଛାତ୍ର ଛାତ୍ରୀ ,ନିକଟ ଗ୍ରାମର ବାସିନ୍ଦାମାନେ ଉପସ୍ଥିତ ରହି ସଭା କୁ ସଫଳ ରୂପାୟନ ଦେଇଥିଲେ ।
କଲେଜର ଅନେକ ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅଂଶ ଗ୍ରହଣ କରି ନୃତ୍ୟ ଗୀତ ପରିବେଷଣ କରି ସମସ୍ତଙ୍କ ମନରେ ଖୁସି ଜମାଇଥିଲେ । ସଭକାର୍ଯ୍ୟର ମଞ୍ଚପରିଚାଳନ ଯୁକ୍ତ ଦୁଇ କଲେଜର ସହକାରୀ ଶିକ୍ଷୟତ୍ରୀ ସୌଦାମିନୀ ପାଇକରାୟ (ଟିକି) ଅତି ସୁନ୍ଦର ଭାବରେ କରିଥିଲେ . ସମସ୍ଥ୍ ଅତିଥି ମାନେ ଓଡ଼ିଶା ସରକାରଙ୍କର ଏହିଭଳି କାର୍ଯ୍ୟକ୍ରମ ଦ୍ଵାରା ପିଲାମାନଙ୍କର ବିଭିନ୍ନ ପ୍ରକାର ଦକ୍ଷତା ବିକାଶ ଦିଗରେ ସହାୟକ ହେବ ବୋଲି ମତ ବ୍ୟକ୍ତ କରିଥିଲେ ।

ସନ୍ଧ୍ୟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲି ରହିଥିଲା । ଆଗାମୀ ପ୍ରାୟ ଦଶ ଦୀନ ପର୍ଯ୍ୟନ୍ତ କ୍ରୀଡ଼ା, ବାତ୍କୃତା, ଆର୍ଟ, କ୍ରିକେଟ ଖେଳ, ପ୍ରବନ୍ଧ ଲିଖନ, ସାମାଜିକ ସଚେତନତା, ନିଶାନିବାରଣ, ଏଡ଼ସ ସଚେତନତା , ଆଦି ବିଭିନ୍ନ ପ୍ରକାର ପ୍ରତିଯୋଗିତା ରୂପକ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୁଚନା । ପରିଶେଷରେ ଉଦଯାପନୀ ଉତ୍ସବରେ ସମସ୍ତ କୃତିଯୋଗି ମାନଙ୍କୁ ପୁରସ୍କାର ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।















