୮ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାମେଶ୍ୱର :-> ସୂଚନାରୁ ଜଣାପଡିଛି ଏକ କଣ୍ଟେନର ଯୋଗେ ମଇଁଷି ଚାଲାଣ ହେଉଥିବା ବେଳେ ଜଂକିଆ ପୋଲିସ ରାମେଶ୍ୱର ଛକ ନିକଟରେ ଗାଡିଟିକୁ ସନ୍ଦେହରେ ଅଟକାଇ ତନଖି କରିବା ପରେ ଗାଡିରେ ମଇଁଷି ଥିବା ଜଣାପଡିଥିଲା ପୋଲିସ କୁ ଦେଖି ଡ୍ରାଇଭର ଜଣଙ୍କ ଫେରାର ହୋଇଯାଇଛି ।

ଜଂକିଆ ପୋଲିସଗାଡିଟିକୁ ଅଟକାଇ ନିରାକାରପୁର ପୋଲିସ କୁ ସୂଚନା ଦେବାରେ ନିରାକାରପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋରୁ ବୋଝେଇ କଣ୍ଟେନର କୁ ଜବତ କରି ଥାନାକୁ ନେଇଛନ୍ତି।ଘଟଣା ସ୍ଥଳରେ ଆଚଂଳିକ ହିନ୍ଦୁ ସଂଗଠନର କର୍ମକର୍ତ୍ତା ମାନେ ପହଞ୍ଚି ହୋ ହଲା କରିଛନ୍ତି ।














