No Result
View All Result
୩ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଚିଲିକା :-> ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରୁ ଗତକାଲି ବିଳମ୍ବିତ ରାତ୍ରିରେ ବଡ଼ ଧରଣର ଚୋରି ହୋଇଛି । ଏ ନେଇ ବାଲୁଗାଁ ଥାନାରେ ଅଭିଯୋଗ ହୋଇଛି । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର କବିନ୍ଦ୍ର ଭୁଜବଳ ଏତଲା ଦେଇଛନ୍ତି ।
ଏତଲା ମୁତାବକ ଆଜି ସକାଳେ ସ୍ୱାସ୍ଥ୍ୟ କେନ୍ଦ୍ର ଝାଡୁଦାର ମେଡିକାଲର ମୁଖ୍ୟ ଫାଟକ ତାଲା ଭାଙ୍ଗିଥିବା ଦେଖି ଡାକ୍ତର କବିନ୍ଦ୍ରଙ୍କୁ ଖବର ଦେଇଥିଲେ। ସେ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଦେଖିଥିଲେ ଯେ, ଏହାର ପରିସରରେ ଥିବା ଦୁଇଟି ଏସି, ଦୁଇଟି କମ୍ପ୍ରେସର, ଦୁଇଟି ଷ୍ଟାବଲାଇଜର, ଦୁଇଟି ଏଲଇଡ଼ି ଟିଭି, ଇନଭରଟର, ବ୍ୟାଟେରୀ, ସିସି ଟିଭି, ଡ଼ିଭିଆର, ଦୁଇ ଗୋଟି ପ୍ରିଣ୍ଟର ଆଦି ଚୋରି ହୋଇଯାଇଛି।

ଖବର ପାଇ ବାଲୁଗାଁ ପୋଲିସ ତରଫରୁ ତଦନ୍ତ ଆରମ୍ଭ କରିଛି । ତେବେ ସେଠାରେ ଲାଗିଥିବା ସିସି ଟିଭି ଏବଂ ତାହାର ମେସିନ ଚୋରମାନେ ନେଇଯାଇଥିବାରୁ ସେମାନଙ୍କ ସଂପର୍କରେ କୌଣସି ତଥ୍ୟ ମିଳିପାରି ନାହିଁ । ଏ ନେଇ ପୋଲିସ ଡାକ୍ତରଖାନା ଅଧିକାରୀ ଏବଂ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରୁଛନ୍ତି ।
ଚୋରମାନେ ଏକ ଚାରି ଚକିଆ ଗାଡିରେ ଏସବୁ ଜିନିଷ ଲଦି ନେଇ ଥିବାର ଜଣାପଡିଛି। ତେବେ ହସପିଟାଲଟି ଗାଁର ଅତି ନିକଟରେ ଥିବା ବେଳେ ଚୋରମାନେ ଏକ ଗାଡିରେ ଏତେ ଜିନିଷ ଲୋଡ କରି ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୂର୍ବରୁ ସେହି ଗ୍ରାମରୁ ଏକ ଡିଜେ ଗାଡିରୁ ମଧ୍ୟ ସମସ୍ତ ମେସିନ ଚୋରୀ ହୋଇଯାଇଥିଲା ।

No Result
View All Result