୨୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନିଆଳି :-> ନିଆଳି ମହାବିଦ୍ୟାଳୟ ପ୍ରାଣୀ ବିଭାଗ ପ୍ରକୋଷ୍ଟ ରେ ରକ୍ତ ସଞ୍ଚାଳନ ଓ ଅସଙ୍ଗତି ,ଶ୍ରିଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ବାର୍ଷିକ ପାଠ ଚକ୍ର ଉତ୍ସବ କୁ ବ୍ରାହ୍ମଣ ଝରିଲୋ ମହାବିଦ୍ୟାଳୟ ର ପ୍ରାଣୀ ବିଜ୍ଞାନ ର ମୁଖ୍ୟ ଡକ୍ଟର ବିଜୟ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଯୋଳନ କରି ଏହାକୁ ଉଦଘାଟନ କରିବା ସହ ଶରୀରରେ ରକ୍ତ ସଞ୍ଚାଳନ ଓ ଅସଙ୍ଗତି କିପରି ହୁଏ ସେ ବିଷୟରେ ଛାତ୍ର ଛାତ୍ରୀ ମାନଙ୍କୁ ବୁଝାଇ ଥିଲେ ।

ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର୍ ଭାଗିରଥି ଜେନା ଏହି ଉତ୍ସବରେ ସଭାପତିତ୍ବ କରିଥିବା ବେଳେ ବିଭଗ୍ୟ ମୁଖ୍ୟ ସତ୍ୟନାରାୟଣ ସାହୁ ଉପସ୍ଥିତ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ସ୍ଵାଗତ ଭାଷଣ ଦେଇଥିଲେ । ଏହି ଉତ୍ସବ ଲାଗି ପ୍ରକଳ୍ପ ର ଏକ ପ୍ରତିଯୋଗିତା କରାଯାଇଥିଲା ।ଏଥିରେ ସୋନାଲି ମହାନ୍ତି ପ୍ରଥମ ,

ସ୍ଵତିପ୍ରଜ୍ଞା ତ୍ରିପାଠୀ ଦିତୀୟ ଏବଂ ଆଶିଷ କୁମାର ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରି ମୁଖ୍ୟ ଅତିଥି ଙ୍କ ଠାରୁ ମାନ ପତ୍ର ଗ୍ରହଣ କରିଥିଲେ । ଉତ୍ସବର ପ୍ରାରମ୍ଭରେ ତୃତୀୟ ବର୍ଷର ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା । ଶ୍ରେଣୀ ଉପସ୍ଥାପନରେ ଅର୍ପିତା, ପୁଷ୍ପାଞ୍ଜଳି ପ୍ରଧାନ ଏବଂ ପାଠ ଚକ୍ର ଉପସ୍ଥାପନ ରେ ଆର୍ତ୍ତ ତାଣ ମହାନ୍ତି , ଉର୍ମିହାନି ଓ ପୂଜାରଣି ସେଠୀ ପ୍ରମୁଖ ସେମାନଙ୍କର ପାଠ ଚକ୍ର କୁ ଉପସ୍ଥାପନ କରି ମାନ ପତ୍ର ପାଇଥିଲେ। ଶେଷରେ ସସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।














