୧୮ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଟାଙ୍ଗୀ :-> ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଧିନସ୍ଥ ଉଜ୍ଜଳା ଗୋପୀନାଥ ପୁର ଗ୍ରାମର ଜଣେ ୩ ବର୍ଷର ନାବାଳକ ନିଖୋଜ ଥିବାର ସୂଚନା ମିଳିଛି । ସୂଚନା ମୁତାବକ ଟାଙ୍ଗୀ ଉଜ୍ଜଳା ଗୋପୀନାଥ ପୁର ଗ୍ରାମର ନବ କିଶୋର ପ୍ରଧାନ ଙ୍କ ୩ ବର୍ଷର ପୁଅ ରାହୁଲ ପ୍ରଧାନ ଶୁକ୍ରବାର ସକାଳ ସମୟରେ

ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ହଠାତ୍ କୁଆଡେ ନିଖାଜ ହୋଇ ଯାଇଥିବାର ଅଭିଯୋଗ କରିଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି ଯଦି ଏହି ନାବାଳକ ଟିର କିଛି ସନ୍ଧାନ ପାଆନ୍ତି ତାହାଲେ ଏହି ୭୭୫୧୮୪୩୪୯୪ ନମ୍ବର ରେ ଯୋଗାଯୋଗ କରିବା ପାଇଁ ତାଙ୍କ ପିତା ଅନୁରୋଧ କରିଛନ୍ତି ।















