୧୬ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା :-> ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଅଛି । ଏହି ପରିପ୍ରେକ୍ଷୀରେ ନିରାକାରପୁର ସାମ୍ବାଦିକ ସଂଘ ର ସଭାପତି ଦୀପକ ପ୍ରଧାନ ଙ୍କ ପୌରହିତ୍ଯ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳ ର ଉପସଭାପତି ବିପିନ କୁମାର ଜୟସିଂହ, ସମ୍ମାନିତ ଅତିଥି ଭାବେ ନିରାକାରପୁର ଥାନା ସଵ ଇନ୍ସପେକ୍ଟର ଦିପାଲିସା ନାୟକ ଓ ନିରାକାରପୁର ରାମଦୟା ପରିଷଦ ସଂପାଦକ ଗଂଗାଧର ତ୍ରିପାଠୀ ଯୋଗ ଦେଇ ଆଜିର ସାମ୍ବାଦିକତା ଦିବସ ଉପରେ ମତ ରଖିଥିଲେ ।















