No Result
View All Result

୧୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଖୋର୍ଦ୍ଧା-ଜଟଣୀ :-> ପୂର୍ବତଟ ରେଲୱେ ଭରତ ସ୍କାଉଟ୍ସ ଏବଂ ଗାଇଡ୍, ଖୋର୍ଦ୍ଧାରୋଡ୍ ଦ୍ୱାରା ଶିଶୁ ଦିବସ ପାଳନ କରାଯାଇଛି। ପୂର୍ବତଟ ରେଳ ମହିଳା କଲ୍ୟାଣ ସଂଗଠନ(ଇକ୍ରୋ)ର ସଭାପତି ଶ୍ରୀମତୀ ଗୁର୍ ସିମ୍ରନ୍ କୌର୍ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉତ୍ସବରେ ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବତଟ ରେଳ ମହିଳା କଲ୍ୟାଣ ସଂଗଠନର ଅନ୍ୟ ସଦସ୍ୟା ମାନେ ଉପସ୍ଥିତ ଥିଲେ।

ସ୍କାଉଟ୍ସ ଏବଂ ଗାଇଡ୍ସର ପିଲାମାନଙ୍କ ଦ୍ୱାରା ଏକ ରଙ୍ଗୀନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରା ଜାଇଥିଲା । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତି ଯୋଗିତାରେ ଅଂଶ ଗ୍ରହଣ କରିଥିବା ବିଜେତା ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା । ଶେଷରେ ଆୟୋଜିତ ସଭାରେ ଅଭିଭାଷଣ ଦେଇ ଶ୍ରୀମତୀ ଗୁର୍ ସିମ୍ରନ୍ କୌର୍ ସମସ୍ତ ପିଲାମାନଙ୍କୁ ସେମାନଙ୍କ ସଙ୍ଗଠନ ଦ୍ୱାରା ନିଆଯାଇଥିବା ବିଭିନ୍ନ କାର୍ଯ୍ୟ କଳାପ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ସେ କହିଛନ୍ତି ଯେ ସ୍କାଉଟ୍-ଗାଇଡ୍ ପିଲାମାନେ ଜୀବନରେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ଦୂର କରିବାକୁ ସର୍ବଦା ପ୍ରସ୍ତୁତ ରୁହନ୍ତି । ଏହି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ରଞ୍ଜିତ କୁମାର ଦାସ,ଏସ ଓ ସି (ସ୍କାଉଟ୍ସ) କେ ଏସ ଭାସ୍କର, ହେଡ କ୍ୱାର୍ଟର କମିଶନର,ଶ୍ରୀ ବିମଳ ଶଙ୍କର ମିଶ୍ର ଏସ ଟି ସି, ପ୍ରମୁଖ ଅନ୍ୟ ଲିଡର ଏବଂ ପେରେଣ୍ଟସ ଉପସ୍ଥିତ ଥିଲେ । ହେଡ୍ କ୍ୱାର୍ଟର୍ ଓପନ୍ ଗ୍ରୁପ୍ ର ଗ୍ରୁପ୍ ଲିଡର ଶ୍ରୀ ସ୍ମୃତି ରଂଜନ ଦାସଙ୍କ ନେତୃତ୍ଵ ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା l

No Result
View All Result