No Result
View All Result
୧୩ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ହିଞ୍ଜିଳିକାଟୁ :-> ହିଞ୍ଜିଳିଥାନା ଅନ୍ତରୀଗାଁ ନିକଟରେ ରବିବାର ସନ୍ଧ୍ୟା ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କ ଶୋଚନୀୟ ମୃତ୍ୟୁ ଘଟିଛି।ମୃତ ବୃଦ୍ଧ ଜଣକ ହେଲେ କବିସୂର୍ଯ୍ୟ ନଗର ଥାନା ଗୋପପୁର ଗ୍ରାମର ବାସିନ୍ଦା ସୁରେନ୍ଦ୍ର ନାହାକ(୫୫) । ମୃତ ସୁରେନ୍ଦ୍ର ରାସ୍ତା କଡରେ ବସି ପରିସ୍ରା କରୁଥିଲା ବେଳେ ଅପର ଦିଗରୁ ଦ୍ରୁତ ଗତି ଓ ବେପାରୁଆ ଭାବେ ଗାଡି ଚଳାଇ ଆସୁଥିବା ବାଇକ ଚାଳକ ଜଣକ ତାଙ୍କୁ ଧକ୍କା ଦେଇଥିଲା।ଦୁର୍ଘଟଣା ଘଟାଇ ବାଇକ ଚାଳକ ଏବଂ ତାଙ୍କ ସହଯୋଗୀ ଉଭୟେ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସଫଳ ହୋଇଥିବା ଜଣାପଡିଛି ।
ଘଟଣା ପରେ ମୃତକଙ୍କ ଝିଅ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ମୃତ ସୁରେନ୍ଦ୍ରଙ୍କ ଝିଅର ଅଭିଯୋଗ ଅନୁଯାୟୀ ଦୀପାବଳୀ ଉପଲକ୍ଷେ ତାଙ୍କ ବାପା ଗୋଶାଣି ନୁଆଁଗାଁରୁ କାମ ସାରି ଏକ୍ସିଲ ଗାଡି ଯୋଗେ ଘରକୁ ଫେରୁଥିଲେ । ପରିସ୍ରା ଲାଗିବାରୁ ଅନ୍ତରୀଗାଁ ନିକଟରେ ଏକ୍ସିଲ ଗାଡି ରଖି ରାସ୍ତା କଡରେ ପରିସ୍ରା କରୁଥିଲେ । ଏତିକି ବେଳେ ଏକ ବଜାଜ ପଲସର ବାଇକ ନଂ( ଓଡି ୦୭ ଏଏଚ ୭୭୬୩) ଚାଳକ ଦୃତ ଗତି ଏବଂ ବେପାରୁଆ ଭାବେ ଗାଡି ଚାଳନା କରି ସେଠାରେ ତାଙ୍କ ବାପାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ସେଠାରେ ସଂଜ୍ଞାହୀନ ହୋଇ ପଡ଼ିଯାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି।ଖବର ପାଇ ପରିବାର ଲୋକେ ତାଙ୍କୁ ସେଠାରୁ ଉଦ୍ଧାର କରି ହିଞ୍ଜିଳି କାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ ପୋଲିସ ସେଠାରେ ପହଞ୍ଚି ମୃତ ଦେହକୁ ଜବତ କରିଛି । ଏନେଇ କେଶ ନଂ ୮୫୯/୨୩ରେ ପୋଲିସ ଏକ ମାମଲା ରୁଜ୍ଜୁ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନା ପଠାଇ ଘଟଣାର ତଦନ୍ତ କରୁଛି । ପଲସର ଗାଡିର ମାଲିକ ପଛରେ ବସିଥିବା ବେଳେ ଅନ୍ୟ ଜଣେ ଯୁବକ ଦ୍ରୁତଗତି ଓ ବେପାରୁଆ ଭାବେ ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି ।
ଯୁବକଦ୍ବୟ ହିଞ୍ଜିଳି ଥାନା ନନ୍ଦିକ ଗ୍ରାମର ବୋଲି ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ମିଳିଛି ।ଦୁର୍ଘଟଣାରେ ସମ୍ପୃକ୍ତ ଥିବା ଯୁବକଦ୍ୱୟଙ୍କୁ ସେହି ଗ୍ରାମରେ ବିଦେଶୀ ମଦ ଚୋରା କାରବାରରେ ଲିପ୍ତଥିବା ଜଣେ ପ୍ରଭାବଶାଳୀ ବ୍ୟବସାୟୀ ତଥା ଆତ୍ମଘୋଷିତ ସମାଜସେବୀ ଘଟଣାକୁ ରଫାଦଫା କରିବା ପାଇଁ ଭିତିରିଆ ଉଦ୍ୟମ ଚଳାଇ ଥିବା ଶୁଣିବାକୁ ମିଳିଛି । ପିତୃପୁରୁଷଙ୍କୁ ଡାଙ୍ଗ ଦେଖାଇ ଘରମୁହାଁ ହେଉଥିବା ସୁରେନ୍ଦ୍ରଙ୍କ ମୃତ୍ୟୁ ଖବର ଗ୍ରାମରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି ।

No Result
View All Result