No Result
View All Result
୭ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ଜିଲ୍ଲା ଆଇନ ସେବା ପ୍ରାଧିକରଣ ଙ୍କ ତରଫରୁ ମା ମଣିନାଗ ଦୁର୍ଗ ବାଳିକା ଉଚ୍ଚ ବିଦ୍ୟାଳୟ, ରଣପୁର ରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପିକା ଗୀତାଞ୍ଜଲି ମିଶ୍ର ସ୍ଵାଗତ ଏବଂ ଅତିଥୀ ପରିଚୟ ପ୍ରଦାନ କରିଥିଲେ । ପ୍ରାଧିକରଣ ତରଫରୁ ଶ୍ରୀ ପବନ କୁମାର ବେହେରା, ଆଇନ ସେବା ଉପରେ ବକ୍ତବ୍ୟ ରଖିଥିଲେ ।

ପ୍ରାଧିକରଣ ର ସଚିବ ତଥା ବରିଷ୍ଠ ବର୍ଗ ର ବିଚାରପତି ଶ୍ରୀ ବିଶେଷ କୁମାର ସାହୁ ବାଳିକା ଏବଂ ମହିଳା ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ଆଇନ ସେବା ବ୍ୟାଖ୍ୟା କରିଥିଲେ । ସଦସ୍ୟ ଶ୍ରୀ ମହମ୍ମଦ ଓମାର ମଲ୍ଲିକ ଜାତୀୟତା ଏବଂ କର୍ତ୍ତବ୍ୟ ବୁଝାଇଥିଲେ ।

ଅଧକ୍ଷା ଡଃ ସୁକାନ୍ତି ଦେଇ, ଏହି ପ୍ରକାର ସଚେତନତା ଆବଶ୍ୟକତା ବୋଲି ମତବ୍ୟକ୍ତ କରିଥିଲେ । ଛାତ୍ରୀ ଏବଂ ଅଧ୍ୟାପକ ମାନେ ଆଗ୍ରହର ସହିତ ସଚେତନ ହୋଇଥିଲେ । ଅଧ୍ୟାପିକା ଶ୍ରୀମତୀ ନୀଳିମା ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result