ଓଡିଶା ତାଜା ନ୍ୟୁଜ୍ (୧୩ ଜୁଲାଇ ସୋମବାର) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ହଳଦୀଗଡ଼ିଆ ପଂଚାୟତ ୧ନମ୍ବର ୱାର୍ଡରେ ଗାଧୁଆ ତୁଠ ନିର୍ମାଣରେ ବ୍ୟାପକ ଅନିୟମିତତା ହେବା ନେଇ ଅଭିଯୋଗ ହୋଇଛି । ନିର୍ମିତ କାର୍ଯ୍ୟ ସରିବାର ମାତ୍ର ୩ଟା ଦିନ ମଧ୍ୟରେ ତୁଠ ଫାଟି ଯାଇଥିବା ନେଇ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହାକୁ ନେଇ ଜିଲାପାଳଙ୍କ ସମେତ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି । ସୁଚନା ମୁତାବକ, ୨୦୨୦-୨୧ ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ହଳଦୀଗଡ଼ିଆ ୧ନମ୍ବର ୱାର୍ଡର ନୋଧାସାହି ପୋଖରୀର ଗାଧୁଆ ତୁଠ ଓ ବସ୍ତ୍ର ପରିବର୍ତନ ନିମନ୍ତେ ୧ଲକ୍ଷ ୫୫ହଜାର ଟଙ୍କାରେ ନିର୍ମାଣ କରାଯାଇଥିଲା । କାର୍ଯ୍ୟସଂପର୍କରେ କୌଣସି ସୂଚନା ଫଳକ ନାହିଁ ।

ଏହି କାର୍ଯ୍ୟର ନିର୍ମାଣ ମାତ୍ର ୪-୫ ତଳେ ଶେଷ ହୋଇଛି । କାର୍ଯ୍ୟ ସରିବାର ମାତ୍ର ୭୨ଘଂଟା ନପରୁଣୁରୁ କାର୍ଯ୍ୟ ଫାଟି ଯିବା ସହିତ ଢଳେଇ ଉଠିଯାଇଛି । କାର୍ଯ୍ୟ ଅତି ନିମ୍ନମାରନ ହେବା ସହିତ କାର୍ଯ୍ୟର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାର ଗ୍ରାମାଂଚଳର ବିକାଶ ପାଇଁ ଯୋଜନା କରୁଥିଲେ ବି କିଛି ଲାଭଖୋର ଠିକାଦାର ପାଇଁ ସରକାରୀ ଅର୍ଥ ପାଣିରେ ପଡ଼ିବା ସାର ହେଉଛି । ଏହାକୁ ନେଇ ସ୍ଥାନୀୟ ସରପଂଚ ପ୍ରତିନିଧି ଅନାଦୀଚରଣ ମଲ୍ଲିକଙ୍କୁ ପଚାରିବାରୁ ସେ କହିଥିଲେ ଯେ, କାର୍ଯ୍ୟ ନିମ୍ନମାନର ହୋଇନାହିଁ ।

ଯେତିକି ଟଙ୍କା ମଞ୍ଜୁର କରାଯାଇଥିଲା ସେହି ଅନୁଯାୟୀ କାର୍ଯ୍ୟ କରାଯାଇଥିଲା । କାର୍ଯ୍ୟ ସରିବା ପରେ କିଛି ବଳକା ମସଲା (ବାଲି, ସିମେଂଟ) ବଂଚିବାରୁ ତାହାକୁ ତୁଠ ଉପରେ ପକା ଯାଇଥିଲା । ସେହିସବୁ ସ୍ଥାନରେ ମଜିଆ ଉଠିଥିବା ଶ୍ରୀ ମଲ୍ଲିକ ପ୍ରକାଶ କରିଥିଲେ । ଅଭିଯୋଗ ଅନୁଯାୟୀ ନିମ୍ନମାନର କାର୍ଯ୍ୟକୁ କୋରାଇ ବିଡିଓ ଓ ଜିଲ୍ଲାପାଳ ଦୃଷ୍ଟି ଦେଇ ପଦକ୍ଷପକ ଗ୍ରହଣ କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )














