୧୦୬ ଜଣ ଚକ୍ଷୁ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଇ ୨୬ ଜଣ ଗୁରୁତର ଚକ୍ଷୁ ରୋଗୀଙ୍କୁ ଅସ୍ତ୍ରପଚାର ପାଇଁ କଟକ ଜେପିଏମ ମେଡିକାଲ କୁ ବସ୍ ଯୋଗେ ନିଆଯାଇଥିଲା .
୫ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରଣପୁର :-> ରଣପୁର ତହସିଲ ଅଫିସ ନିକଟସ୍ଥ ତଳସଡକ ରେ ଥିବା ସାହୁ ଡିଜିଟାଲ କମ୍ୟୁନିକେସନ କାର୍ଯ୍ୟାଳୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହା ଜେପିଏମ ଚିକିତ୍ସାଳୟ କଟକ ଓ ସାହୁ ଡିଜିଟାଲ କମ୍ୟୁନିକେସନ କାର୍ଯ୍ୟାଳୟ , ରଣପୁର ର ମିଳିତ ସହଯୋଗରେ ହୋଇଥିଲା l

ଏଥିରେ କଟକ ଜେପିଏମ ଚକ୍ଷୁ ଚିକିତ୍ସାଳୟର ଚକ୍ଷୁ ଚିକିସ୍ୟକ ଓ ଅନ୍ୟ କର୍ମଚାରୀ ମାନେ ଯୋଗଦେଇ ୧୦୬ ଜଣ ଚକ୍ଷୁ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଇ ୨୬ ଜଣ ଗୁରୁତର ଚକ୍ଷୁ ରୋଗୀଙ୍କୁ ଅସ୍ତ୍ରପଚାର ପାଇଁ କଟକ ଜେପିଏମ ମେଡିକାଲ କୁ ବସ୍ ଯୋଗେ ନିଆଯାଇଥିଲା l

ରଣପୁର ବିଜ୍ଞପିତ ଅଞ୍ଚଳ ପରିଷଦର ଅଧକ୍ଷ୍ୟା ଶ୍ରୀମତୀ ରଙ୍ଗୀନ ମହାନ୍ତି ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉକ୍ତ ଶିବିରକୁ ଆନୁଷ୍ଠାନିକଭାବେ ଉଦ୍ଘାଟନ କରିଥିଲେ l ସାହୁ ଜିଜିଟାଲ କମ୍ୟୁନିକେସନ କାର୍ଯ୍ୟାଳୟ ର ପ୍ରତିଷ୍ଠାତା ତଥା ଚକ୍ଷୁ ଚିକିତ୍ସା ଶିବିର ସଂଗଠକ ସମାଜସେବୀ ଶ୍ରୀ ସନ୍ତୋଷ କୁମାର ସାହୁ ଉକ୍ତ ଶିବିରକୁ ପରିଚାଳନା କରିଥିଲେ l

ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ସୁରେଶ ଚନ୍ଦ୍ର ମିଶ୍ର, ଆଇନଜୀବୀ ଦିଲ୍ଲୀପ କୁମାର ନନ୍ଦ, ଦେବୀପ୍ରସାଦ ସାମନ୍ତରାୟ, ସ୍ୱରାଜ ମହାନ୍ତି, ସମାଜସେବୀ ଶୁଶାନ୍ତ କୁମାର ମିଶ୍ର, ରଣପୁର ବିଦ୍ୟୁତ ବିଭାଗ ଅଧିକାରୀ ଶ୍ରୀ ସୁବ୍ରତ କୁମାର ସାହୁ, ଲଷ୍ମୀଧର ପଣ୍ଡା ପ୍ରମୁଖ ଅତିଥି ରୁପେ ଯୋଗଦେଇ ଶିବିର କାର୍ଯ୍ୟକ୍ରମକୁ ଉଚ ପ୍ରଶଂସା କରିଥିଲେ l ଆଗାମୀ ଦିନରେ ପୁଣି ଏକ ଚକ୍ଷୁ ଚିକିସ୍ୟl ଶିବିର କରାଯିବା ପାଇଁ ଶ୍ରୀ ସାହୁ ଜଣାଇଛନ୍ତି l

















