ବିଧାୟକ, ମନ୍ତ୍ରୀ ଠାରୁ ଆରମ୍ଭ କରି ଜିଲ୍ଲାପାଳ ପର୍ଯ୍ୟନ୍ତ ସମସ୍ତେ ଏହି ରାସ୍ତା ରେ ଯାତାୟାତ କରୁଛନ୍ତି ହେଲେ ଦେଖି ଅଣଦେଖା କରୁଛନ୍ତି ପ୍ରଶାସନ
ଦର୍ପନରୟାଣ ପୁର ପୋଲିସ ଫାଣ୍ଡି ଠାରୁ ମାତ୍ର ପଚାଶ ମିଟର ଦୂରରେ କଲଭଟ ଟି ଅତି ଦହନୀୟ ଅବସ୍ଥାରେ
୦୪ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ )ରଣପୁର/ଦର୍ପନରୟାଣ ପୁର :-> ରଣପୁର ଠାରୁ ଦର୍ପନରୟାଣ ପୁର ପର୍ୟ୍ୟନ୍ତ ରାସ୍ତା ପ୍ରସସ୍ଥି କରଣ କାର୍ଯ୍ୟ ପ୍ରାୟ ଦୁଇ ବର୍ଷ ହେଲା ଚାଲୁ ରହିଛି, ଯାହା ଜଣା ପଡ଼ୁଛି ବିଭାଗୀୟ ଯନ୍ତ୍ରୀଙ୍କର ଏହି କର୍ଯ୍ୟ ଉପରେ ସଠିକ ନଜର ରହୁ ନାହିଁ, ବହୁତ୍ ସ୍ଥାନରେ ରାସ୍ତା ପାର୍ଶ୍ବ ଖୋଳା ହୋଈ ମାଟି କିମ୍ବା ଡଷ୍ଟ ନା ପଡ଼ି ଆଣ୍ଠୁଏ ଆଣ୍ଠୁଏ ଖାଲ ହେବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି ।
ବହୁତ୍ ସ୍ଥାନରେ କଲଭଟ ଗୁଡିକ ଅଧା ପାନ୍ତରିଆ ଅବସ୍ଥାରେ ପଡ଼ିଛି । ଦର୍ପନରୟାଣ ପୁର ପୋଲିସ ଫାଣ୍ଡି ଠାରୁ ମାତ୍ର ପଚାଶ ମିଟର ଦୂରରେ କଲଭଟ ଟି ଅତି ଦହନୀୟ ଅବସ୍ଥାରେ ଥିବାରୁ ସ୍ଥାନଟି ଦୁର୍ଘଟଣାର କେନ୍ଦ୍ର ବିନ୍ଦୁ ପାଲଟିଛି ।
ଦୀର୍ଘ ଦିନ ଧରି ରାସ୍ତା କାମରେ ଅଗ୍ରଗତି ହେଉ ନଥିବାରୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଉପରେ ଜନ ସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ରାସ୍ତାର କାର୍ଯ୍ୟ ଯଥା ଶୀଘ୍ର ତ୍ୱରାନ୍ୱିତ କରିବା ପାଇଁ ଜନ ସାଧାରଣ ନୟାଗଡ଼ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।














