• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ଆମ ମିଲେଟ୍ସ ମିଶନ୍ : ସୁସ୍ଥ ଓଡ଼ିଶା ପାଇଁ ସଂଗୀତମୟ ସେତୁ

Proprietor Abhimanyu Maharana by Proprietor Abhimanyu Maharana
November 2, 2023
in Uncategorized, ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଆମ ମିଲେଟ୍ସ ମିଶନ୍ : ସୁସ୍ଥ ଓଡ଼ିଶା ପାଇଁ ସଂଗୀତମୟ ସେତୁ
Share on FacebookShare on TwitterWhatsapp

୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ସଂଗୀତର ସାତସୁରରେ ଲୋକଙ୍କୁ ପରସ୍ପର ସହିତ ବାନ୍ଧି ରଖିବାର ପରମ୍ପରା କାହିଁ କେଉଁ ଆବହମାନ କାଳରୁ ଆରମ୍ଭ ହୋଇଛି ଆମ ସଂସ୍କୃତିରେ । ଯେଉଁଠି ଶବ୍ଦରେ ଭାବନାକୁ ପ୍ରକାଶ କରିହୁଏନାହିଁ ସେଠାରେ ସଂଗୀତ ଜରିଆରେ ପରସ୍ପର ମଧ୍ୟରେ ଥିବା ବ୍ୟବଧାନକୁ କମ କରିବା ତଥା ବୁଝାମଣା ସୃଷ୍ଟି କରିବା ସହଜ ହୋଇ ପାରିଥାଏ । ଓଡ଼ିଶାକୁ ଏହାର ମୌଳିକତା ତଥା ସଂସ୍କୃତି ସହିତ ଯୋଡ଼ି ରଖିବା ପାଇଁ ଓଡ଼ିଶା ମିଲେଟ୍ସ ମିଶନ୍ “ଆମ ମିଲେଟ୍ସ ମିଶନ୍‌” ଶୀର୍ଷକରେ ଏକ ନୂତନ ସଂଗୀତର ସଂରଚନା କରିଛି – ଯାହା ଆକର୍ଷଣୀୟ ସଂଗୀତ ଭିଡ଼ିଓ ଜରିଆରେ ଓଡ଼ିଶା ମିଲେଟ୍ସ ମିଶନର ଉଦ୍ଦେଶ୍ୟକୁ ପ୍ରତିଫଳିତ କରିବା ସହିତ ଜନସାଧାରଣଙ୍କୁ ମିଲେଟ୍ସ ବ୍ୟବହାର କରି ଏକ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ତଥା ଆର୍ଥିକ ଅବିବୃଦ୍ଧି ଲାଗି ପ୍ରୋତ୍ସାହିତ କରିବାରେ ସହାୟକ ହେବ ।

“ମିଲେଟ ଦିବସ” ବିଷୟରେ ଘୋଷଣା କରିବା ନିମନ୍ତେ ୨୦୨୩ ମସିହା ନଭେମ୍ବର ୧ ତାରିଖରେ କୃଷି ଭବନ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ଅବସରରେ ଓଡ଼ିଶାର ସୁଖ୍ୟାତ ଗୀତିକାର ବାପୁ ଗୋସ୍ୱାମୀଙ୍କ ଦ୍ୱାରା ରଚିତ “ଆମ ମିଲେଟ୍ସ ମିଶନ୍‌” ସଂଗୀତକୁ ଓଡ଼ିଶାର ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ସମର୍ପିତ କରାଯାଇଛି । ଏହି ଅବସରରେ ମାନ୍ୟବର କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପତାପ ସ୍ୱାଇଁ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢ଼ି, କୃଷି ଓ ଖାଦ୍ୟ ଉତ୍ପାଦନ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ପ୍ରେମଚନ୍ଦ୍ର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ । ମିଲେଟ୍ସ ବ୍ୟବହାରର ଗୁରୁତ୍ୱ ତଥା ମିଲେଟ କିପରି ରାଜ୍ୟର କୃଷିକୁ ଏକ ନୂତନ ରୂପ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ତାହା ଏହି ଗୀତରେ ବର୍ଣ୍ଣିତ ହୋଇଛି ।

ଯେକୌଣସି ପ୍ରତିକୂଳ ପରିସ୍ଥିତିରେ ତଥା ସ୍ୱଳ୍ପ ଖର୍ଚ୍ଚରେ ବଢ଼ି ପାରୁଥିବା ମିଲେଟ୍ସକୁ ରାଜ୍ୟ ସରକାର ଯେପରି ପ୍ରୋତ୍ସାହିତ କରୁଛନ୍ତି ତାହା ଗୀତରେ ଉଲ୍ଲେଖ ରହିଛି ।
ଏହି ମିଲେଟ୍ସ ସଂଗୀତରେ ଅନୁରାଗ, ସଞ୍ଜୁ ଏବଂ ହେମ୍ବ୍ରମ୍ ପ୍ରମୁଖ କଣ୍ଠଦାନ କରିଥିବା ବେଳେ ଏହାକୁ ଓଡ଼ିଆ, ସମ୍ବଲପୁରୀ, ସାନ୍ତାଳୀ ଏବଂ ଦେଶାଇ ଆଦି ୪ଟି ଭାଷାରେ ରେକର୍ଡ଼ କରାଯାଇଛି । ଓଡ଼ିଶାରେ ଯେ ଏକ ସାଂସ୍କୃତିକ ପରମ୍ପରାଗତ ଭାବାବେଗ ରହିଛି ତାହା ଏହି ଗୀତରେ ପରିପୁଷ୍ଟ ହୋଇଛି । ଗୀତଟି ଏଭଳି ସୁମଧୁର ସ୍ୱରରେ ଅନୁବନ୍ଧିତ ହୋଇଛି ଯେ, ଶ୍ରୋତାମାନେ ସହଜରେ ଏହାକୁ ସେମାନଙ୍କ ମନରୁ ପାସୋରି ପାରିବେ ନାହିଁ ।

ଲୋକମାନଙ୍କ ମଧ୍ୟରେ ମିଲେଟ୍ସରେ ଥିବା ସ୍ୱାସ୍ଥ୍ୟ ଉପଯୋଗୀ ଗୁଣ ତଥା ଏହା କିପରି କୃଷକଙ୍କ ପାଇଁ ଆର୍ଥିକ ଲାଭଦାୟକ ସେହି ସଚେତନା ସୃଷ୍ଟି କରିବା ଲାଗି ଓଡ଼ିଶା ମିଲେଟ୍ସ ମିଶନ ଯେଉଁ ଅନବରତ ପ୍ରଚେଷ୍ଟା ଜାରି ରଖିଛି ଉକ୍ତ ମ୍ୟୁଜିକାଲ ଭିଡ଼ିଓ ତାହାର ସଠିକ ବାର୍ତ୍ତା ପ୍ରଚାର କରୁଛି । ଏହି ସଂଗୀତ ଜରିଆରେ “ଓଡ଼ିଶା ମିଲେଟ୍ସ ମିଶନ” ଏହାର ଆଭିମୁଖ୍ୟକୁ ଲୋକମାନଙ୍କ ନିକଟରେ ଏକ ଅଧିକ ସୁଗମ ଫର୍ମାଟରେ ପହଂଚାଇବାର ସଫଳ ପ୍ରୟାସ କରିଛି । ସଂଗୀତ ହେଉଛି ଏକ ସାର୍ବଜନୀନ ଭାଷା । ଏହି ଆଧାରରେ ମିଲେଟ୍ସ ସଂଗୀତ କେବଳ ଓଡ଼ିଶାର ଲୋକମାନଙ୍କୁ ମିଲେଟ ସହିତ ସଂଯୁକ୍ତ କରିବ ନାହିଁ; ଅଧିକନ୍ତୁ କ୍ଷୁଧା, ପୁଷ୍ଟିହୀନତା ଭଳି ବିଶ୍ୱ ସମସ୍ୟା ଦିଗରେ ଲୋକମାନଙ୍କ ଧ୍ୟାନ ଆକର୍ଷଣ କରିବାରେ ଏହା ଏକ ଉତ୍ତମ ପ୍ଲାଟଫର୍ମ ହୋଇପାରିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026
ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ମହିଳାଙ୍କ ଉନ୍ନତିରେ ଦେଶର ପ୍ରଗତି : ସଙ୍ଗଶ୍ରୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

March 10, 2026
ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ

ଭାରତୀୟ କ୍ରିକେଟ ଦଳ ବିଜୟୀ ପାଇଁ ବାଲୁକା ଆନିମେସନ

March 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026
ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

ପୁରୀ କୋର୍ଟରେ ବୋମା ଗୁଜବ ପୋଲିସ ଅନୁସନ୍ଧାନ ପରେ କୋର୍ଟକାର୍ଯ୍ଯ ସ୍ବାଭାବିକ

March 10, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version