No Result
View All Result
୩୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନୂଆଗାଁ :-> ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ନୀଳାଦ୍ରିପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ନୀଳାଦ୍ରିପୁର କ୍ଲଷ୍ଟର ସି ଆର ସି ସି ସି ବିଜୟ କୁମାର ବେହେରା ଙ୍କ ତତ୍ତ୍ଵାବଧାନରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ସାହୁ,ସମ୍ମାନୀତ ଅତିଥି ଭାବେ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସିମାଞ୍ଚଳ ସେନାପତି,ସମ୍ପାଦକ ସୁରେଶ ଚନ୍ଦ୍ର ମହାପାତ୍ର,

ଅବସରପ୍ରାପ୍ତ ସି ଆର ସି ସି ଧୀରେନ୍ଦ୍ର କୁମାର ସାହୁ, ଅବସରପ୍ରାପ୍ତ ଶିକ୍ଷକ କୃପାସିନ୍ଧୁ ବେହେରା,ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ପରିଡା, ନବକ୍ରିଷ୍ଣ ସାହୁ ପ୍ରମୁଖ ଯୋଗଦେଇ ଅବସର ଗ୍ରହଣ କରିଥିବା ନୀଳାଦ୍ରି ପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ପ୍ରତିମା ଦାସ ଙ୍କୁ ଉତ୍ତରୀୟ,ମାନପତ୍ର ଏବଂ ପୁଷ୍ପଗୁଚ୍ଛ ଦେଇ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।ତତ୍ ସହିତ ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ଦାସ କିପରି ଜଣେ ଦାୟିତ୍ବବାନ, ସମୟାନୁ ବର୍ତିତା,ଛାତ୍ର ବତ୍ସଳ ଶିକ୍ଷୟତ୍ରୀ ଥିଲେ ସେ ଉପରେ କହିଥିଲେ।

ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ସାହୁ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷୟତ୍ରୀ ପ୍ରତିମା ଦାସ ଙ୍କୁ ପ୍ରୋଭିଜିନାଲ ପେନସନ ପେପର ପ୍ରଦାନ କରିଥିଲେ।ଏହି ସମ୍ବର୍ଦ୍ଧନା ସଭା ରେ ବିଦ୍ୟାଳୟର ଶିକ୍ଷୟତ୍ରୀ ମାନଙ୍କ ସହିତ ପରିଚାଳନା କମିଟି ସଭ୍ୟ, ସଭ୍ୟା,ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।ଦୀର୍ଘ ୩୦ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଶିକ୍ଷାଦାନରେ ବ୍ରତୀ ହୋଇ ବହୁ କୃତି ଛାତ୍ର , ଛାତ୍ରୀ ସୃଷ୍ଟି କରିଛନ୍ତି ଅବସରଗ୍ରହଣ କରିଥିବା ପ୍ରଧାନ ଶିକ୍ଷୟତ୍ରୀ କବିତା ଦାସ।

No Result
View All Result