୨୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ବର :-> ଆଜି ଏକ ନମ୍ବର ଉଚ୍ଚ ବାଳକ ବିଦ୍ୟାଳୟ, ଭୁବନେଶ୍ୱର ଠାରେ ପୁରାତନ ଛାତ୍ର ସଂଘର ସଭାପତି ଡଃ ମଧୁ ମାଧବ ଜେନା ଙ୍କ ସଭାପତିତ୍ବରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ! ଏହି ସଭାରେ ନିଷ୍ପତ୍ତି ଅନୁଯାୟୀ ଆସନ୍ତା 2024 ଜାନୁଆରୀ ମାସ 13 ତାରିଖ (ଶନିବାର) ରେ ସ୍କୁଲର ସମସ୍ତ ପ୍ରାକ୍ତନ ଛାତ୍ର ମାନଙ୍କର ଏକ ସମ୍ମିଳନୀ ଅୟୋଜିତ ହେବ !

ତେଣୁ ଏହି ସମିଳନୀକୁ ସାଫଲ୍ୟ କରିବା ପାଇଁ ସମସ୍ତଙ୍କ ସହଯୋଗ ଏବଂ ବିଷଦ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବା ପାଇଁ ଆସନ୍ତା ନଭେମ୍ବର ଏଗାର ତାରିଖ ସକାଳ 09 ଟାବେଳେ ଆଉ ଏକ ପ୍ରସ୍ତୁତି ବୈଠକ ସ୍କୁଲ ହତାରେ ବସିବ (11.11.23) l

ତେଣୂ ସମସ୍ତ ପ୍ରାକ୍ତନ ଛାତ୍ରମାନେ ଏହି ସଭାରେ ଯୋଗ ଦେଇ ସେମାନଙ୍କ ମତାମତ ଦେବା ପାଇଁ ଅନୁରୋଧ ! ଆଜିର ସଭାରେ ଆଇନଜୀବୀ ଶୀଳଭଦ୍ର ଶାସ୍ତ୍ରୀ, ଇଂ ରାଜେଶ କାନୁନଗୋ, ଅମରେନ୍ଦ୍ର ଦାସ, ଗଣେଶ ମିଶ୍ର, ଲିଙ୍ଗରାଜ ସେଠି, ଡଃ ରାଜୀବ ମହାପାତ୍ର, ବିଶିଷ୍ଟ ଯୋଗଗୁରୁ ଶାନ୍ତମତି ମିଶ୍ର, ବରିଷ୍ଠ ଫଟ ସାମ୍ବାଦିକ ପିୟୁଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l














