ସୂଚନାରୁ ଜଣାପଡିଛି ପଙ୍କଜ ଓ ପର୍ଶୁରାମ ଏକ ମୋଟର ସାଇକେଲ ଯୋଗେରଣପୁର ରୁ ନିଜ ଗ୍ରାମ ମୋଟାକୁ ଫେରୁଥିବା ସମୟରେ ଛଣଗିର ନିକଟରେ ପଛପଟୁ ଦ୍ରୁତ ଗତିରେ ଯାଉଥିବା ଏକ ହାଇୱା ଧକା ଦେଇଥିଲା । ହାଇଓ୍ବ। ଚକା ପଙ୍କଜ ମୁଣ୍ଡ ଉପରେ ଚଢିଯିବାରୁ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ।
ପଛରେ ବସିଥିବା ପର୍ଶୁରାମ ଗୁରୁତର ଭାବରେ ଆହତ ହୋଇଛନ୍ତି । ଆହତ ଜଣଙ୍କୁ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ଜଂକିଆ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିଲା ବେଳେ ଘଟଣା ସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ମୃତଦେହ ରାସ୍ତା ଉପରେ ପଡିରହିଛି ।

© 2023 Odisha Taza News.