୨୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ସର୍ବସାଧାରଣରେ ଉପଲବ୍ଧ ଥିବା ଏକ କୁତ୍ସିତ ଏବଂ ପ୍ରମାଣିତ ହୋଇନଥିବା କିଛି ଅଭିଯୋଗ ଆଧାରରେ ଓଡିଶା ବିଜେପି ମୋ ଉପରେ ଆକ୍ରମଣ କରି ସମାଲୋଚନା କରିବାକୁ ଚିନ୍ତାକରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
୨୫ ବର୍ଷରୁ ଅଧିକ ସମୟ ଧରି ସାଂସଦ ଭାବେ ଜନସେବାରେ ମୁଁ ନିଜକୁ ନିୟୋଜିତ କରିଛି , ଆଉ ଏଥିରେ ଆଜିଯାଏଁ ଦାଗ ଲାଗିନାହିଁ। ରାଜ୍ୟ ବିଜେପିକୁ ମୁଁ ଆହ୍ୱାନ ଦେଉଛି,
ଶସ୍ତା ପ୍ରଚାରରେ ନିଜକୁ ନିୟୋଜିତ କରି ଟିଭିରେ କିଛି ସମୟ ମୁହଁ ଦେଖାଇବାକୁ ଉଦ୍ୟମ କରିବା ବଦଳରେ ରାଜନୈତିକ ସ୍ତରରେ ଲଢେଇ କର। ସିଧାସଳଖ କୋର୍ଟ ଜରିଆରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଁ ଗମ୍ଭୀରତାର ସହ ଚିନ୍ତା କରୁଛି ଏବଂ ଏହି ନିଷ୍ପତ୍ତି ମୁଁ ସଠିକ୍ ସମୟରେ ନିହାତି ନେବି।














