No Result
View All Result
୨୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ବେଗୁନିଆ :-> ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ଗ୍ରାମ ସ୍ଥିତ ଦୁର୍ଗା ମଣ୍ତପ ପରିସରରେ କୃଷ୍ଣଚୂଡ଼ା ସାହିତ୍ୟ ସଂସଦ ଷଷ୍ଠ ବାର୍ଷିକ ଉତ୍ସବ ମା ଦୁର୍ଗା ବଣିକ ସଂଘ ସହଯୋଗରେ କବିତା ପାଠ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ଅନୁଷ୍ଠାନର ସଭାପତି ତଥା ଶିକ୍ଷାବିତ ନଳିନୀ କାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବାଘମାରୀ ସରପଞ୍ଚ ମାନସ ରଞ୍ଜନ ବିଶ୍ଵାଳ ଓ କୁନ୍ତଳା ଦେବୀ ନର୍ସିଂ କଲେଜ ନିର୍ଦ୍ଦେଶକ ସୁଶାନ୍ତ କୁମାର ବିଶ୍ବାଳ ଉଦଘାଟକ, ଅବସରପ୍ରାପ୍ତ ପ୍ରାଧ୍ୟାପିକା ପ୍ରତିଭା ମହାରଥି ମୁଖ୍ୟ ଅତିଥି,
ମା ଦୁର୍ଗା ବଣିକ ସଂଘ ସମ୍ପାଦକ ଆର୍ତବନ୍ଧୁ ସେଠୀ ବିଶିଷ୍ଟ ଅତିଥି, କଥା ଶିଳ୍ପୀ ଓ ପ୍ରକାଶକ ଶୁଭ୍ରାଂଶୁ ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇ କବିତା ସମାଜରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥାଏ ବୋଲି ମତ ପ୍ରକାଶ କରିଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ବରିଷ୍ଠ ଶିଶୁ ସାହିତ୍ୟିକା ବସରିନ ବିବିଙ୍କ ପୌରୋହିତ୍ୟରେ ବିଜେଡ଼ି ରାଜ୍ୟ ସମ୍ପାଦକ ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି, ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ବରେଣ୍ୟ ଅତିଥି,ମା ଦୁର୍ଗା ବଣିକ ସଂଘ ସଭାପତି ଧର୍ମାନନ୍ଦ ମହାନ୍ତି ବିଶିଷ୍ଟ ଅତିଥି,
ନୟାଗଡ ଜିଲ୍ଲା ଲେଖକ ପରିଷଦ ସମ୍ପାଦକ ସେଖ ଅବଦୁଲ ଖାଲିକ ମୁଖ୍ୟବକ୍ତା ଓ ସମାଜସେବୀ ବ୍ରଜବନ୍ଧୁ ସୁବୁଦ୍ଧି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ କବୟିତ୍ରୀ ନିଳୀମା ନନ୍ଦ, କ୍ଷଣପ୍ରଭା କର, କବି ନିଶିକାନ୍ତ କହଲ ସିଂହ, ଶିତୁ ପ୍ରକାଶ ରଥ ଓ ପ୍ରସନ କୁମାର କହଲସିଂହ ପ୍ରମୁଖ ସଂଯୋଜନା କରିଥିବା ବେଳେ ସମ୍ପାଦକ ଗୋପୀନାଥ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ କବି/କବୟିତ୍ରୀ ଯୋଗ ଦେଇ ନିଜସ୍ଵ ରଚିତ କବିତା ପାଠ କରିଥିଲେ।

No Result
View All Result