No Result
View All Result
୨୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ )ବାଲୁଗାଁ :- ନାଚୁଣୀ ମହାବିଦ୍ୟାଳୟ ର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ସତ୍ୟବାଦୀ ସାହିତ୍ୟ:ଆଭିମୁଖ୍ୟ ଓ ଯୁଗାଦର୍ଶ ଶୀର୍ଷକ ଏକ ପାଠଚକ୍ର ଅନୁଷ୍ଠିତ ହୋଇ ଯାଇଛି। ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ରାଜକିଶୋର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପାଠ୍ୟଚକ୍ର କୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ନାରାୟଣ ବଳିୟାର ସିଂହ। ଗମ୍ଭାରୀ ମୁଣ୍ଡା ସ୍ଥିତ ପରଶୁରାମ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟାପକ ପ୍ରଦୀପ୍ତ କୁମାର ଶତପଥୀ -ମୁଖ୍ୟଅତିଥି, ନାଚୁଣୀ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗ ର ଅଧ୍ୟାପକ ଶାନ୍ତନୁ କୁମାର ମିଶ୍ର,

ରସାୟନ ବିଜ୍ଞାନ ର ଅଧ୍ୟାପକ ଦିଲ୍ଲୀପ କୁମାର ବେହେରା, ଉଦ୍ଭିଦ ବିଜ୍ଞାନ ର ଅଜିତ କୁମାର ମିଶ୍ର, ସଂସ୍କୃତ ବିଭାଗର ମୁଖ୍ୟ ଡଃ ସୁଭଦ୍ରା ଭୋଳ ପ୍ରମୁଖ ସତ୍ୟବାଦୀ ଯୁଗ ର ଓଡ଼ିଆ ସାହିତ୍ୟ ଓ ତାର ଆଭିମୁଖ୍ୟ, ଦର୍ଶନ ସଂପର୍କରେ ଆଲୋଚନା ରଖିଥିଲେ। ପାଠଚକ୍ର ର ସମ୍ପାଦିକା ଛାତ୍ରୀ ସୋନାଲୀ ମାଝୀ ସାମଗ୍ରିକ ସନ୍ ଯୋଜନା କରିଥିବା ବେଳେ ଓଡ଼ିଆ ବିଭାଗ ର ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର,ଲିକୁ ବେହେରା, ଅଧ୍ୟାପିକା ରାଜଲକ୍ଷ୍ମୀ ବେହେରା ଙ୍କ ତତ୍ତ୍ଵାବଧାନରେ ଛାତ୍ରୀ ସୁଜାତା ସେଣ, ଲିଜା ବେହେରା, ଜ୍ୟୋତି ରାଣୀ ପ୍ରଧାନ ସ୍ବରଚିତ ନିବନ୍ଧ ପାଠ କରିଥିଲେ। ଦ୍ଵିତୀୟ ବର୍ଷର ଛାତ୍ରୀ ସଂଘମିତ୍ରା ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

No Result
View All Result