ଓଡିଶା ତାଜା ନ୍ୟୁଜ୍ (୧୦ ଜୁଲାଇ ଶୁକ୍ରବାର) ମାହାଙ୍ଗା :- କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତ ଗିରି ବୌଦ୍ଧ ବିହାର ବୁଲିବାକୁ ବାଇକ ରେ ଆସିଥିବା ଦୁଇ ସାଙ୍ଗ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଅଂଚଳ କଂସାର ଗ୍ରାମର ର ଯୁବକ ପ୍ରଭାତ ସ୍ୱାଇଁ ବାଇକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ସେହି ବ୍ଲକର ଯାଲକଣା ଗ୍ରାମର ଲିପୁନ ମହାପାତ୍ର ଗୁରୁତର ଆହତ ହୋଇ ମାହାଙ୍ଗା ମେଡ଼ିକାଲରେ ଚିକିଛିତ ହେଉଥିବା ଜଣା ଯାଇଛି ।

ସେମାନଙ୍କ ଗାଡିକୁ ପଛପଟୁ ଏକ ଅଜଣା ଗାଡି ଧକା ଦେବା ଫଳରେ ସେମାନେ ଭାରସାମ୍ୟ ହରାଇ ଏକ ଗଛରେ ପିଟିହୋଇ ଦୁର୍ଘଟଣାର ଶିକାର ହୋଇଥିଲେ । ଉଭୟଙ୍କୁ ମାହାଙ୍ଗା ମେଡିକାଲ ରେ ଭର୍ତ୍ତି କରାଯାଇଥିବାବେଳେ ପ୍ରଭାତ କୁ ଡାକ୍ତର ମୃତ ଘୋଷଣା କରିଛନ୍ତି, ଲିପୁନ ସ୍ଵାସ୍ତ୍ୟବସ୍ତା ଭଲ ଥିବା ଜଣାଯାଇଛି, ରିପୋର୍ଟ ଲେଖା ହେବାଯାଏ ଏଥିନେଇ କୌଣସି ଅଭିଯୋଗ ଥାନାରେ ହୋଇନଥିବା ଜଣାଯାଇଛି । (ମାହାଙ୍ଗାରୁ ଲଷ୍ମୀଧର ଖୁଣ୍ଟିଆ ଙ୍କ ରିପୋର୍ଟ)














