No Result
View All Result
୧୫ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ )କଟକ :- ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଭାରତର ବିଭିନ୍ନ ରାଜ୍ୟରେ, ମେରା ଦେଶ ମେରା ମିଟି କାର୍ଯ୍ୟକ୍ରମ ଚାଲିଛି । ସ୍ୱାଧୀନଚେତା ସଂଗ୍ରାମୀ ଏବଂ ବୀର ସହିଦ ଜବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ, ନୂଆ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଅମୃତ ବାଟିକା ସ୍ଥାପନ କରାଯିବ ।

ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀର ଘରକୁ ଘର ବୁଲି ବିଭିନ୍ନ ଲୋକଙ୍କ ବୃନ୍ଦାବତୀରୁ ମାଟି ସଂଗ୍ରହ କରା ଯାଉଛି । ଏହି ମାଟିକୁ ବୀର ସହୀଦ ଜବାନ ସ୍ୱାଧୀନତା ସଂଗ୍ରାମୀଙ୍କ ଉଦେଶ୍ୟରେ ନୂଆଦିଲ୍ଲୀ ପଠାଯିବ । ଏହି ପରିପ୍ରେକ୍ଷୀରେ ଶନିବାର ଅପରୂରଜ କଟକ ସଦର ନିର୍ବାଚନ ମଣ୍ଡଳୀର ସିଏମସି ୫୮ ନମ୍ବର ୱ।ର୍ଡ଼ ପ୍ରତାପନଗରୀ ସ୍ଥିତ ଧାକୁଲେଇ ପୀଠରୁ ଆରମ୍ଭ ହୋଇ
ଭାଣପୁର ଗ୍ରାମର ବରୁଣେଈ ମନ୍ଦିର ଠାରେ ସମାପନ ହୋଇଥିଲା । ପ୍ରମୋଦ କୁମାର ବେହେରା ( ମୁନା )ଙ୍କ ନେତୃତ୍ୱରେ ଆୟୋଜିତ ପଦଯାତ୍ରାରେ , ବିଜେପି ନେତା ଇଂ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ , ଘରକୁ ଘର ବୁଲି ମାଟି ସଂଗ୍ରହ କରିଥିଲେ ।ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଶନ କୁମାର ପ୍ରଧାନ, ଅଶୋକ କୁମାର ସାହୁ, ବଦ୍ରିନାରାୟଣ ପଟ୍ଟନାୟକରାଧାକାନ୍ତ ମଲ୍ଲିକ, ଅର୍ଜୁନ ବେହେରା, କାଳନ୍ଦି ପ୍ରଧାନ, ଭରତ ବେହେରା, ରଣଜିତ ପଣ୍ଡା, କାଳନ୍ଦି ରାଉତରାୟ, ପ୍ରଜୋଳିତ ବେହେରା, ଉର୍ମିଳା ବେହେରା ପ୍ରମୁଖ ବହୁ ପୁରୁଷ ଏବଂ ମହିଳା ବିଜେପି କର୍ମୀ ଯୋଗ ଦେଇଥିଲେ ।

No Result
View All Result