୧୪ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :- ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ୱାର୍ଡ ନଂ ୬୩ ରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମେୟର ସୁଲୋଚନା ଦାସ ତପୋବନ ବିଜୁ ଆଦର୍ଶ କଲୋନୀ ରୁ ସାମିଲ ହୋଇ ଜାଗମରା ଗ୍ରାମ ପରିକ୍ରମା କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପଣ୍ଡା କୁ ଗ୍ରାମର ବୁଦ୍ଧିଜୀବୀ ମାନେ ସ୍ବାଗତ ଜଣାଇଥିଲେ।
ଏହି ପଦଯାତ୍ରା ରେ ୱାର୍ଡ ର ଶତାଧିକ ମହିଳା,ପୁରୁଷ,ଯୁବ,ଛାତ୍ର ଏବଂ ବରିଷ୍ଠ ନାଗରିକମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରୀ କର୍ପୋରେସନ ଉପାଧ୍ୟକ୍ଷ ଡ. ସନ୍ତୋଷ ଵେଜ୍, ପୂର୍ବତନ କର୍ପୋରେଟର ରୁନୁ ଜେନା, ରଘୁନାଥ ମହାନ୍ତି, ଇ.ସୁଜିତ୍ ସ୍ବାଇଁ, କର୍ପୋରେଟର ଛବି ଦାସ, ସକିବା ମୁସାରତ୍,ମହାମାୟା ସ୍ବାଇଁ, ହୃଦୟ ବଲ୍ଲଭ ସାମନ୍ତରାୟ,ଶ୍ରୀଧର ବେହେରା,ଚନ୍ଦ୍ର ଶେଖର ମଲ୍ଲିଆ,ଶିବପ୍ରସାଦ ବେହେରା,ଦୀପକ ମିଶ୍ର,
ଶିବନାରାୟାଣ ରାୟ, ଭୁବନେଶ୍ୱର ବିଜୁ ଯୁବ ଜନତା ଦଳ ସଭାପତି ସମରେଶ ବେଉରା,ଏକାମ୍ର ଯୁବ ସଭାପତି ରାଜେଶ ପାତ୍ର, ଏକାମ୍ର ଛାତ୍ର ସଭାପତି ସିବ ପ୍ରସାଦ ମହାପାତ୍ର,ଛାତ୍ର କାର୍ଯ୍ୟକାରୀ ସଭାପତି ମିକୁ ପ୍ରଧାନ,ଡ. ଶୁଭେନ୍ଦୁ ପଟ୍ଟନାୟକ, ଜାନକୀ ବିଶ୍ଵାଳ, ମହେନ୍ଦ୍ର ଗୁରୁ,ରଞ୍ଜିତ ପଟ୍ଟନାୟକ,ରାଜୁ ସ୍ବାଇଁ, କାହ୍ନା ଜେନା, ବିଦ୍ୟାଧର ଭୋଇ,ବଟକୃଷ୍ଣ ଜେନା,ସାଗର ବିଶ୍ଵାଳ,ପ୍ରକାଶ ପାତ୍ର,ପ୍ରକାଶ ବିଶ୍ଵାଳ, ବର୍କତ୍ ତୂଲ୍ଲା, ରାଜେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।














