No Result
View All Result
୧୦ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର,ଉଦୟଗିରି :-> ଆର,ଉଦୟଗିରି ଗ୍ରାମର ସ୍ଥାନୀୟ ନୋଡାଲ ଉର୍ଚ ବିଦ୍ୟାଳୟ ଠାରେ ଆର,ଉଦୟଗିରି ବନାଞ୍ଚଳ ତରଫରୁ ୬୯ ତମ ବନ୍ୟପ୍ରାଣୀ ସପାହ ପାଳନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଆର,ଉଦୟଗିରି ସହକାରୀ ଗୋଷ୍ଠି ଶିକ୍ଷା ଅଧିକାରୀଣି ତପସ୍ବିନୀ ସାହୁ ଯୋଗଦେଇ ଜଙ୍ଗଲ ଜୀବନ ବନ୍ୟଜନ୍ତୁର ସୁରକ୍ଷା ଉପରେ ଗୁରୁତ୍ବରୋପ କରିଥିଲେ ।

ବନାଞ୍ଚଳ ମୁଖ୍ୟଅତିଥି ଭାବେ ଉମା ଶଙ୍କର ବିଶୋଇ ଯୋଗ ଦେଇ ବନ୍ୟପ୍ରାଣୀ ସୁରକ୍ଷା ଓ ବିଲୁପ ହେବାକୁ ବସିଥିବା ବ୍ୟନ୍ୟଜନ୍ତୁର ସୁରକ୍ଷାର ବାର୍ତା ପ୍ରଦାନ କରିଥିଲେ । ଜଙ୍ଗଲ ସୁରକ୍ଷା ସହ ବନଭୂମି ବୃକ୍ଷଲତା ଅଭିବୃଦ୍ଧି ତଥା ମାନବ ସମାଜର ଅର୍ଥନେତିକ ଓ ବୈଜ୍ଞାନିକ ପ୍ରଗତି ନିମିତ୍ତ ବ୍ୟନ୍ୟଜନ୍ତୁ ମାନଙ୍କର ଆବଶ୍ୟକତା ଏବଂ ବନ୍ୟଜନ୍ତୁ ସଂରକ୍ଷଣ ନିମିତ୍ତ ସରକାରୀ ଉଦ୍ୟମ ଜାରି ରହିଛି ବୋଲି କରିଥିଲେ ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦିପ କୁମାର ପଣ୍ଡା ସଭାପତିତ୍ବରେ ଉକ୍ତ ସଭା ଆୟୋଜନ କରାଯାଇଥିବା ବେଳେ ବନପାଳ ସନ୍ତୋଷ କୁମାର ସାହୁ, ବିଜୟ ମହାରଣା, ମୋଜେସ ଶବର, ପ୍ରଦିପ ଚୌଧ୍ବରୀ, ବନରକ୍ଷୀ ଶେଳେନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ । ବନପାଳ ଶ୍ରୀ ସାହୁ ସ୍ବାଗତ ଭାଷଣ ଦେଇଥିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ର, ଛାତ୍ରୀ, ଶିକ୍ଷକ, ଶିକ୍ଷୟିତୀ ଓ ବନକର୍ମଚାରୀ ମାନଙ୍କ ଦ୍ବାରା ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା ।

No Result
View All Result