ଅଜ୍ଞାତବାସରେ ରହୁଥିବା ସୌମ୍ୟଙ୍କ ପରବର୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର
୦୯ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ସବୁବେଳେ ଗହୀର୍ଥ, ଅଧିକ ଆଶାରଖି ଏବେ ଫସିଯାଇଛନ୍ତି ବାବୁ ସୌମ୍ୟରଞ୍ଜନ । ନିଜେ ଗଢ଼ିଥିବା ଦୈନିକ ଖବରକାଗଜ ‘ସମ୍ବାଦ’ର ସମ୍ପାଦକ ପଦବୀ ସହ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶକ ପଦବୀରୁ ଇସ୍ତଫା ଦେଇଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ । ସୌମ୍ୟଙ୍କ ଏଭଳି ଅଚାନକ ଇସ୍ତଫାକୁ ନେଇ ସୋସିଆଲ ମିଡିଆରେ ନାନାଦି ଚର୍ଚ୍ଚା ଜୋର ଧରିଥିବାବେଳେ ଏହା ପଛରେ କିଧରଣର ଚାପ ସୌମ୍ୟଙ୍କ ଭଳି ନେତା ତଥା ଆଗଧାଡ଼ିର ବୁଦ୍ଧିଜୀବୀଙ୍କୁ ବ୍ୟାକଫୁଟକୁ ଯିବାକୁ ବାଧ୍ୟ କଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ।
ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ଗତ ଅଗଷ୍ଟ ମାସରେ ସମ୍ବାଦରେ ୨ଟି ଆଲେଖ୍ୟ ଲେଖି ସିଧାସଳଖ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିବା ପରେ ତାଙ୍କ ବିରୁଦ୍ଧରେ ଏକାଧିକ କାର୍ଯ୍ୟାନୁଷ୍ଠାନ ଓ ତାଙ୍କ ସହ ଜଡ଼ିତ ସଂସ୍ଥା ଓ ବ୍ୟକ୍ତିମାନଙ୍କ ଉପରେ ସରକାରୀ ଚାପ ବୃଦ୍ଧି ପାଇଥିବାରୁ ସେ ନିଜର ବ୍ୟବସାୟିକ ସଂସ୍ଥାରୁ ଓହରି ଯାଇଥିବା ଜଣାପଡ଼ିଛି । ଅର୍ଥନୀତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)ରେ ମାମଲା ରୁଜୁ ପରଠୁ ଅଜ୍ଞାତବାସରେ ରହୁଥିବା ସୌମ୍ୟଙ୍କ ପରବର୍ତୀ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଥିବାବେଳେ ନବୀନ ପଟ୍ଟନାୟକ ସରକାରରେ ବ୍ୟବସ୍ଥାଗତ ତ୍ରୁଟି ବିରୁଦ୍ଧରେ ତାଙ୍କର ଶାଣିତ ସ୍ୱର କ୍ଷୀଣ ହୋଇଯିବାର ସମ୍ଭାବନା ଅଧିକ ବୋଲି ଚର୍ଚ୍ଚା ହେଉଛି ।
ଏପଟେ ପାଠକଙ୍କ ପାଇଁ ସରକାରୀ ବିରୋଧି ତଥା ଅନୁସନ୍ଧାନମୂଳକ ସତ୍ୟ ଖବର ଆଗକୁ ପ୍ରକାଶ ପାଇବକିନାହିଁ ତାହା ମଧ୍ୟ ପାଠକମନେ ଜାଣି ପାରୁନାହାନ୍ତି । ଖାଲି ସେତିକିନୁହେଁ ସୌମ୍ୟବାବୁଙ୍କ ଆମ ଘର ହାଲଚାଲ ଲେଖା ସମ୍ବାଦରେ ପ୍ରକାଶ ପାଇବକି ନା ସୌମ୍ୟରଞ୍ଜନଙ୍କ କଲମ ବନ୍ଦ ହୋଇଯିବ ତା ଉପରେ ଏବେ ରାଜ୍ୟବାସୀଙ୍କ ନଜର ନା’ କଣ କହୁଛୁ ….














