No Result
View All Result

୦୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କନ୍ଧମାଳ :-> ଓଡ଼ିଶାର ବିଶିଷ୍ଟ କବି, ଗାଳ୍ପିକ, ଗବେଷକ ତଥା ବୁଦ୍ଧିଜୀବୀ ଡ଼ଃ ନୃସିଂହାନନ୍ଦ ମହାପାତ୍ର ଛତିଶଗଡ଼ ର ମହାମହିମ ରାଜ୍ୟପାଳ ମାନ୍ୟବର ବିଶ୍ୱ ଭୂଷଣ ହରିଚନ୍ଦନଙ୍କ ଠାରୁ ସମ୍ମାନଜନକ ଶ୍ରୀଗୁଣ୍ଡିଚା ସମ୍ମାନରେ ପୁରସ୍କୃତ ହୋଇଛନ୍ତି | ପୁରୀର ଶ୍ରୀଗୁଣ୍ଡିଚା ସ୍ପିରିଚୁଆଲ ଟ୍ରଷ୍ଟ ତରଫରୁ ଆୟୋଜିତ ଏକ ସ୍ୱତନ୍ତ୍ର ସମାବେଶ ରେ ଡ଼ଃ ମହାପାତ୍ର ଙ୍କୁ ତାଙ୍କର ସାହିତ୍ୟକୃତୀ ପାଇଁ ସମ୍ଭାର୍ଦ୍ଧିତ କରିବା ଅବସରରେ ମାନନୀୟ ରାଜ୍ୟପାଳ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଆଧ୍ୟାତ୍ମିକ ଉପରେ ଏପରି ଲେଖନୀ ଚାଳନା କରୁଥିବା କାରଣରୁ ଭୁୟସୀ ପ୍ରଶଂସା କରିଥିଲେ |

ଶ୍ରୀ ଅଶ୍ୱନୀ କୁମାର ଦାସ ଙ୍କ ଅଧ୍ୟକ୍ଷତରେ ଆୟୋଜିତ ଏହି ସେମିନାର କାର୍ଯ୍ୟକ୍ରମରେ ଡ଼ଃ ମୁରଲୀ ଶର୍ମା ମୁଖ୍ୟବକ୍ତା ଶ୍ରୀ ହରେକୃଷ୍ଣ ଶତପଥୀ କ୍ରିସନଲାଲ ଭର୍ତିଆ, ଭଗବାନ ସୁଆର, ମଦନ ମୋହନ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲା ବେଳେ ବିଜୟାଲକ୍ଷ୍ମୀ ଦାଶ ଓ ବିଜୟ ନୃସିଂହ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥଲେ | ସମ୍ପାଦକ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ବିବରଣୀ ପାଠ କରିଥିଲେ ଓ ଉପ ସଭାପତି ବିନୋଦ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |

ପ୍ରାରମ୍ଭରୁ ଗୀତଗୋବିନ୍ଦ ଗାନ କରିବା ସହ ଫୁଲତୋଡ଼ା ଦେଇ ସ୍ୱାଗତ କରାଯାଇଥଲା | ଏହି ଅବସରରେ ସଂସ୍ଥା ର ମୁଖପତ୍ର ଶ୍ରଗୁଣ୍ଡିଚା ସହ ଡ଼ଃ ମହାପାତ୍ରଙ୍କ ମଣିରତ୍ନମାଳା ଓ ବେଦାନ୍ତ ସାର ଉନ୍ମୋଚିତ ହୋଇଥିଲା | ଡ଼ଃ ମହାପାତ୍ର କନ୍ଧମାଳ ର ଜଣେ ସୁନାମଧନ୍ୟ ସାହିତ୍ୟିକ ଓ ସ୍ଥାନୀୟ ସରକାରୀ ଆଇ ଟି ଆଇ ର ସହ ତାଲିମପ୍ରାପ୍ତ ଅଧିକାରୀ | ତାଙ୍କର ପଚିଶି ଟି ଆଧ୍ୟାତ୍ମିକ ପୁସ୍ତକ ବେଶ ପାଠକୀୟ ଆଦୃତି ଲାଭ କରିଛି | ଏହି ସମ୍ମାନ ପାଇଁ ବିଭିନ୍ନ ମହାଳରୁ ପ୍ରଶଂସା ପାଇବା ସହ ସାହିତ୍ୟିକ କୈଳାଶ ଧଳ, ପ୍ରସନ୍ନ ପଣ୍ଡା, ବନ ବିହାରୀ ନନ୍ଦ, ରବିନ୍ଦ୍ରନାଥ ମିଶ୍ର, ରାମକୃଷ୍ଣ ବେହେରା, ଦୁର୍ଯ୍ୟୋଧନ ପ୍ରଧାନ, ସୁରେନ୍ଦ୍ର ମହାନ୍ତି ପ୍ରମୁଖ ଅଭିନନ୍ଦନ ଜଣାଇଅଛନ୍ତି |



No Result
View All Result