No Result
View All Result
୨ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ନନ୍ଦପୁର :-> ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ ଝାଡପଡ ପଞ୍ଚାୟତର ଝାଡପଡା ଗ୍ରାମ ରେ ପବିତ୍ର ମହାତ୍ମା ଗାନ୍ଧୀଙ୍କ ଡନ୍ମ ତିଥି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଯୁକ୍ତ ଭାସ୍କର ଚନ୍ଦ୍ର ପ୍ରଧାନଙ୍କ ତତ୍ତ୍ବାବଧାନ ରେ ଗ୍ରାମ ର ଅତି ବରିଷ୍ଠ ନାଗରିକମାନଙ୍କୁ ଏକତ୍ରିତ କରାଯାଇ ଏକ ସମ୍ବର୍ଦ୍ଧନା ଉତ୍ସବ ର ଆୟୋଜନ କରାଯାଇ ଥିଲା । ଉକ୍ତ ସଭା ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ଶ୍ରୀ ଯୁକ୍ତ ଉପେଂଦ୍ର କୁମାର ରାଉତଙ୍କ ସଭାପତିତ୍ୱରେ ପରିଚାଳନା କରାଯାଇଥିଲା । ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ଚାନ୍ଦପୁର ର ସଭାପତି ଶ୍ରୀ ଯୁକ୍ତ ବିଜୟ କୁମାର ରାଉତ ମୁଖ୍ଯ ଅତିଥି, ଓଡଗାଁ ବ୍ଲକ ର ଅତିରିକ୍ତ ଶିକ୍ଷା ଅଧିକାରୀ ତଥା ବିଶିଷ୍ଠ ସମାଜସେବୀ ଶ୍ରୀ ଯୁକ୍ତ ରବୀନ୍ଦ୍ର କୁମାର ନାୟକ , ଶିକ୍ଷାବିତ୍ ମନୋଜ କୁମାର ପାତ୍ର ଓ ଝାଡପଡା ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ମାଗୁଣି ଖୁଣ୍ଟିଆ, ଶିକ୍ଷକ ପ୍ରଦୁମ୍ନ କୁମାର ସାଥୁଆ ସମ୍ମାନୀତ ଅତିଥି ଭାବରେ ଯୋଗ ଦେଇଥିଲେ ।
ଅବସରପ୍ରାପ୍ତ ଅଧ୍ଯାପକ ଶ୍ରୀ ଯୁକ୍ତ କାଶୀନାଥ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଅତିଥି ଗଣ ଜଗତର ନାଥ ଜଗନ୍ନାଥ ଓ ଜାତି ର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବୋଳନ ତଥା ପୁଷ୍ପ ଚନ୍ଦନ ଦେଇ ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ଗାଁର ଅଶୀତିପର ଉପେନ୍ଦ୍ର ରାଉତ, ଲକ୍ଷ୍ମୀ ଧର ପ୍ରଧାନ, ବିଶ୍ବନାଥ ପ୍ରଧାନ, ବଂଶୀଧର ରାଉତ, ମଣି ପ୍ରଧାନ, ଦୁଛା ଦେଇ, ନିଶାମଣୀ ପରିଡା, ହାଡୁ ପ୍ରଧାନ, ନାରଣ ପରିଡା, ଉପେନ୍ଦ୍ର ପ୍ରଧାନ, ପଦ୍ମଚରଣ ଭୋଳ,

ବ୍ରଜବନ୍ଧୁ ସେଠୀ, ସୁରଥ ସେଠୀ, ନୀଳ ଦେଇ, ଗୋଲୀ ଦେଇ ସମେତ ପଚାଶ ରୁ ଉର୍ଦ୍ଧ୍ବ ବରିଷ୍ଠ ନାଗରିକ ସମବେତ ହୋଇଥିଲେ । ସମବେତ ବୟୋବୃଦ୍ଧ ମାନଙ୍କର ଆଶୀର୍ବାଦ ପ୍ରାପ୍ତି ନିମନ୍ତେ ଭାସ୍କର ଚନ୍ଦ୍ର ପ୍ରଧାନଙ୍କ ଲିଖିତ ଏକ ସଙ୍ଗିତ ଗୀତ କୁ ଧୁଡୁକି ବାଦକ ସୁରେନ୍ଦ୍ର ପରିଡ଼ା ଓ ତାଙ୍କ ସାଥୀ ଦୁଇ ଝିଅଙ୍କ ସୁଲଳିତ କଣ୍ଠରେ ଗାୟନ କରାଯାଇ ଏକ ଭାବଭକ୍ତି ଭରା ପରିବେଷ ସ୍ରୁଷ୍ଟି ହୋଇଥିଲା । ସମସ୍ତ ବୟୋବୃଦ୍ଧମାନଙ୍କୁ ଭାସ୍କର ଚନ୍ଦ୍ର ପ୍ରଧାନ ଓ ତାଙ୍କ ସହଧର୍ମିଣୀ କନକଲତା ଛୁଆଳ


No Result
View All Result