୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> ଆଜି ଦେଶର ବିଭିନ୍ନ ସ୍ଥାନରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ କଟକ ମହାନଗର ନିଗମ ୫୯ ନମ୍ବର ୱ।ର୍ଡ଼ ତେଲଙ୍ଗାପେଣ୍ଠ ସ୍ଥିତ ଗାନ୍ଧୀ ସ୍ମୃତି ପୀଠରେ ଗାନ୍ଧି ଜୟନ୍ତୀ ପାଳନ କରାଯାଇଛି । ସିଏମସି ୫୯ ନମ୍ବର ୱ।ର୍ଡ଼ କଂଗ୍ରେସ କମିଟିର ପୂର୍ବତନ ସଭାପତି, ପ୍ରଶାନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଗାନ୍ଧି ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ କଂଗ୍ରେସର ପୂର୍ବତନ ୱ।ର୍ଡ଼ ସଭାପତି ପ୍ରଶାନ୍ତ କୁମାର ମହାନ୍ତି , ସନ୍ତୋଷ କୁମାର ଲେଙ୍କା , କୃଷ୍ଣ ଚନ୍ଦ୍ର ଭୋଇ, କରିମ ସା, କେଶବଜେନା, ପରମାନନ୍ଦ ମଲ୍ଲିକ, ତ୍ରିନାଥ ମହାନ୍ତି, ସନ୍ତୋଷ ଭୋଳ, ଅଜି ସାହୁ ,ଝରିଆ ବେହେରା,ରବିନ୍ଦ୍ର ସାହୁ ପ୍ରମୁଖ କଂଗ୍ରେସ କର୍ମୀ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ୱ।ର୍ଡ଼ ସଭାପତି ଶ୍ରୀ ମହାନ୍ତି କଂଗ୍ରେସ କର୍ମୀ, ସାମ୍ବାଦିକଙ୍କୁ ଗାନ୍ଧି ଜୟନ୍ତୀରେ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।














