No Result
View All Result
୩୦ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ । ବିରୋଧୀ ବିଜେପି ଦଳ ନେତା ଗୃହ ମଧ୍ୟଭାଗକୁ ଆସି କରିଛନ୍ତି ହୋହାଲ୍ଲା I ଦଳ ନେତାଙ୍କୁ ଅସମ୍ମାନ ଏବଂ ଦୁଇ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଦାବି କରି ଗୃହରେ ହଟ୍ଟଗୋଳ କରିଥିଲେ । ପୋଡିୟମ ପାଖରେ ପ୍ଲାକାର୍ଡ ଧରି ବିଜେପି ବିଧାୟକମାନେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପୋଡ଼ିୟମ ଉପରକୁ ଡାଲି ଫିଙ୍ଗି ପ୍ରତିବାଦ କରିଥିଲେ ।
ଏଥିପାଇଁ ବାଚସ୍ପତି ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଓ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ଚଳିତ ବିଧାନସଭା ଅଧିବେଶନର ଶେଷ ପର୍ଯ୍ୟନ୍ତ ନିଲମ୍ବନ କରିଛନ୍ତି । ଗୃହରେ ପ୍ରବଳ ହୋହଲ୍ଲା କରୁଥିବା ଦେଖି ବାଚସ୍ପତି ପ୍ରମିଳା ମଲ୍ଲିକ ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

No Result
View All Result