No Result
View All Result
୨୮ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ପଡ଼ିଆ :-> ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ସଦରମହକୁମାସ୍ଥିତ ଅନୂସୂଚିତ ଜାତି ଓ ଜନଜାତି ଉଚ୍ଚବିଦ୍ୟାଳୟରେ ଆମେ ଜାଣିବା, ଆମେ ଜିଣିବା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ପରିସରରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପିଲାଙ୍କ ଶିକ୍ଷା ପ୍ରତି ଆଗ୍ରହ ମନୋଭାବ ପୋଷଣ କରିବା ନେଇ ଆଲୋଚନା ହୋଇଥିଲା । ଏଥିସହ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ରହଣି ହଷ୍ଟେଲ ବ୍ୟବସ୍ଥା, ସରକାରୀ ସୁବିଧା ସୁଯୋଗ ସହ ସ୍ବାସ୍ଥ୍ୟ ଭିତ୍ତିକ ଉନ୍ନତି ପାଇଁ କ୍ରୀଡା ଶିକ୍ଷା ବାବଦରେ ମଧ୍ୟ ଆଲୋଚନା ହୋଇଥିଲା ।

ପଡ଼ିଆ ଅନୂସୂଚିତ ଜାତି ଓ ଜନଜାତି ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଵୁଦୁରା କଵାସୀଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ପଡ଼ିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମକୃଷ୍ଣ ନାୟକ, ପଡ଼ିଆ ଆଞ୍ଚଳିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ପରମାନନ୍ଦ ମହାପାତ୍ର, ପଡ଼ିଆ ସରପଞ୍ଚ ଗଙ୍ଗା କାରାମ ଓ ଶିମିଳିଵାଞ୍ଚା ସରପଞ୍ଚ ଶିଙ୍ଗା ମାଡକାମି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ । ଆୟୋଜିତ କ୍ରୀଡା ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଅନୁଷ୍ଠାନରକ୍ରୀଡା ଶିକ୍ଷକ ଶ୍ୟାମନାରାୟଣ ପାଣ୍ଡେ ମଞ୍ଚ ପରିଚାଳନା କରିଥିବା ବେଳେ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ ।

No Result
View All Result