No Result
View All Result
ବ୍ଲକ ସାମ୍ନାରେ ଶାସକ ବିରୋଧୀ ମୁହାଁ ମୁହିଁ – ଥାନାରେ ଅଭିଯୋଗ
୨୬ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ମାହାଙ୍ଗା :-> ମାହାଙ୍ଗା ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଘଟିଛି ଅପ୍ରିତିକର ପରିସ୍ଥିତି l ଏକ ପ୍ରୋଟେଷ୍ଟ ପିଟିସନକୁ ଆଧାର କରି ସାଲେପୁର jmfc କୋର୍ଟ ମାହାଙ୍ଗା ଡବଲ ମର୍ଡର ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରତାପ ଜେନାଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେବାରୁ, ଏଥିରୁ ରାଜନୈତିକ ଫାଇଦା ହାତେଇବାକୁ ଯାଇଁ ବିରୋଧୀ ହରଡ଼ ଘଣାରେ ପଡିବା ଚର୍ଚ୍ଚା ହେଉଛି l

ବାଜପୁରା ପଞ୍ଚାୟତର ଦିଲ୍ଲୀପ ସାହୁ ଏବଂ ମାହାଙ୍ଗା ବିଜେପିର କିଛି କର୍ମୀ କୁଆଁପାଳ ବଜାର ନିକଟରେ ଏକତ୍ରିତ ହୋଇ ବିଧାୟକ ପ୍ରତାପ ଜେନାଙ୍କ ବିରୁଦ୍ଧରେ ନାରାବାଜି କରିବାସହ, ତାଙ୍କ କୁଶ ପୁତ୍ତଳିକା ଦାହ ପାଇଁ ଉଦ୍ୟମ କରୁଥିଲେ l ବ୍ଲକ ପରିସରରେ ଥିବା ମହିଳା ମାନଙ୍କୁ ସେମାନେ ଦୁର୍ବ୍ୟବହାର କରିବାକୁ କୁଆଡେ ପଛେଇ ନଥିଲେ l ଏହି ଘଟଣାକୁ ନେଇ ଉପସ୍ଥିତ ମହିଳା ମାନେ ଉତକ୍ଷିପ୍ତ ହୋଇ ସେମାନଙ୍କୁ ଦୃଢ଼ ବିରୋଧ କରିଥିଲେ l ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ବଦଳରେ ହିଂସାକୁ ଆପଣେଇବାରୁ ବିରୋଧୀଙ୍କୁ ନାକେଦମ ହେବାକୁ ପଡିଥିଲା l

ଅନ୍ୟ ପକ୍ଷରେ ମାହାଙ୍ଗା ଡବଲ ମର୍ଡର ଘଟଣାରେ ଯେଉଁମାନେ ଦୋଷୀ ସେମାନେ ଗିରଫ ହୋଇଛନ୍ତି ଏବଂ ପ୍ରକୃତ ହତ୍ୟାକାରୀ ମାନେ ପୋଲିସ ସାମ୍ନାରେ ଡେମୋ ଦେଖାଇ ଥିବା ସମସ୍ତେ ଜାଣନ୍ତି l କିନ୍ତୁ ସେତେବେଳେ କୁଳମଣି ବରାଳ ଓ ଦିବ୍ୟାସିଂହ ବରଳଙ୍କ ହତ୍ୟା ପରେ କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ଯେଉଁ ଏତଲା ଥାନାରେ ଦେଇଥିଲେ, ରାଜନୈତିକ ଆକ୍ରୋଶ ରଖି ପ୍ରତାପ ଜେନାଙ୍କ ନାଆଁ ଅଭିଯୋଗର ଉଲ୍ଲେଖ କରିଥିଲେ l ମାତ୍ର ଏହି ଅଭିଯୋଗ ଉପରେ ବାରମ୍ବାର ତଦନ୍ତ ହେବାପରେ ପ୍ରତାପ ଜେନାଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ନଥିଲା l ଫଳରେ ପୋଲିସ ଚାର୍ଜସିଟ ରୁ ବିଧାୟକଙ୍କ ନାଆଁ ବାଦ ଦେଇଥିଲା l

ଅନ୍ୟ ପକ୍ଷରେ ରମାକାନ୍ତଙ୍କ ମୃତ୍ୟୁ ହୋଇଯିବାରୁ ତାଙ୍କ ସାନଭାଇ ପ୍ରୋଟେଷ୍ଟ ପିଟିସନର ଶୁଣାଣି ପାଇଁ କୋର୍ଟକୁ ଅନୁରୋଧ କରିବା ଓ ମୃତ କୁଳମଣିଙ୍କ ସମର୍ଥକ ମାନେ କୋର୍ଟରେ ବିଧାୟକଙ୍କ ବିରୁଦ୍ଧରେ ବୟାନ ଦେବାରୁ, ଏହି ମାମଲା ଭୁବନେଶ୍ୱରକୁ ସ୍ଥାନାନ୍ତର ହେବା କୁହାଯାଉଛି l ତେବେ ମାହାଙ୍ଗା ବ୍ଲକ ସମ୍ମୁଖରେ ଯେଭଳି ଅଭାବନୀୟ ଘଟଣା ଘଟିଛି, ଏହାକୁ ବୁଦ୍ଧିଜୀବୀ ମାନେ ତୀବ୍ର ନିନ୍ଦା କରିଛନ୍ତି l ମାହାଙ୍ଗା ବ୍ଲକ ପରିସରରେ ମହିଳା ମାନଙ୍କୁ ଦୁର୍ବ୍ୟବହାର ଶିକାର ହେବା ଓ ପୀଡିତା ମହିଳା ମାନେ ଥାନାର ଦ୍ୱାରସ୍ଥ ହେବା ନେଇ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି l

No Result
View All Result