No Result
View All Result
୨୩ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଭୁବନେଶ୍ୱର :-> ଓ.ଏମ.ଏମ ଆୟୋଜିତ ମିଲେଟ ଫୁଡ ଫେଷ୍ଟିଭାଲ ପରିଦର୍ଶନ କରନ୍ତୁ ଭୁବନେଶ୍ୱର – ଓଡ଼ିଶା ମିଲେଟ୍ସ ମିଶନ ଓ Restaurants ଆସୋସିଏସନ୍ ଅଫ୍ ଓଡ଼ିଶା ମିଳିତ ସହଭାଗୀତାରେ ଭୁବନେଶ୍ୱର ଏବଂ ଏହାର ଅଧିବାସୀଙ୍କୁ ଏକ ସ୍ୱତନ୍ତ୍ର ମିଲେଟ୍ସ ଫୁଡ ଫେଷ୍ଟିଭାଲରେ ପରିଦର୍ଶନକାରୀମାନଙ୍କୁ ମିଲେଟ୍ସ ପ୍ରସ୍ତୁତ ବିଭିନ୍ନ ପୈାଷ୍ଟିକ ଖାଦ୍ୟ ସହ ପରିଚିତି କରାଇବା ପାଇଁ ସେପ୍ଟେମ୍ବର ୨୪ ତାରିଖରେ ଭୁବନେଶ୍ୱରସ୍ଥ କଳାଭୂମିରେ ଉତ୍ସବ ଅନୁଷ୍ଠିତ ହେବ । ଓଡ଼ିଶାର ପ୍ରତିଷ୍ଠିତ ସେଫ୍ମାନଙ୍କ ଦ୍ୱାରା ମିଲେଟ୍ସ ପ୍ରସ୍ତୁତ ବିଭିନ୍ନ ଖାଦ୍ୟର ସୃଜନଶୀଳ ପ୍ରସ୍ତୁତିର ଆନନ୍ଦ ଜନସାଧାରଣ ନେଇପାରିବେ ।

ଓଡ଼ିଶା ସରକାର ହଜିଯାଇଥିବା ମିଲେଟ୍ସ ସମ୍ଭବନାକୁ ପୂଣିଥରେ ଜୀବନ୍ୟାସ ଦେବାପାଇଁ ଓଡ଼ିଶା ମିଲେଟ୍ସ ମିଶନ ମାଧ୍ୟମରେ ଏକ ବିସ୍ତାରିତ ପଦକ୍ଷେପ ନେଉଛନ୍ତି । ‘ମିଲେଟ୍ସ – ଚାଷଜମିରୁ ଖାଦ୍ୟଥାଳିରୁ ପର୍ଯ୍ୟନ୍ତ’ ଆମ ସରକାରଙ୍କ ଏହି ଲକ୍ଷ୍ୟକୁ ସାକାର କରିବା ପାଇଁ ଓଡ଼ିଶା ମିଲେଟ୍ସ ମିଶନ ସାରା ରାଜ୍ୟରେ ପ୍ରୋତ୍ସାହନ କାର୍ଯ୍ୟକ୍ରମକୁ ଜୋରସୋରରେ ଆଗେଇ ନେଉଛି । ଏହି ପର୍ଯ୍ୟାୟରେ ରେଷ୍ଟୁରା ଆସୋସିଏସନ୍ ଅଫ୍ ଓଡ଼ିଶା ସହ ମିଳିତ ଭାବରେ ବିଭିନ୍ନ ହୋଟେଲ ଓ Restaurants ସେଫ୍ ମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଇନଷ୍ଟିଚ୍ୟୁଟ ଅଫ୍ ହୋଟେଲ ମ୍ୟାନେଜମେ ସହାୟତାରେ କରାଯାଇଛି ।

ଏଥିରେ ୨୨ଟି ହୋଟେଲ ଅଂଶଗ୍ରହଣ କରିଥିଲେ । କୃଷି ବିଭାଗ ମୁଖ୍ୟ ସଚିବ ଡ. ଅରବିନ୍ଦ ପାଢୀ କହିଛନ୍ତି ଓଡ଼ିଶା ମିଲେଟ୍ସ ମିଶନ Restaurants ଆସୋସିଏସନ୍ ସହ ମିଶି ମିଲେଟ୍ସର ନୂତନ ଡିସ୍ ଉଦ୍ଭାବନ ଓ ଯୁବପୀଢିଙ୍କ ନିକଟରେ ଏହାର ଆଦୃତି ବଢାଇବା ଉପରେ ଅଧିକ ଜୋର ଦେଉଛି । ସେପ୍ଟେମ୍ବର ୨୪ତାରିଖରେ ଦିନକିିଆ ମିଲେଟ୍ସ ଫୁଡ ଫେଷ୍ଟିଭାଲରେ ସମସ୍ତେ ମିଲେଟ୍ସ ପ୍ରସ୍ତୁତ ବିଭିନ୍ନ ଖାଦ୍ୟର ମଜା ନେଇପାରିବେ । ଓଡିଶାର ପ୍ରତିଷ୍ଠିତ Restaurants ମାନେ ନିଜ ପ୍ରସ୍ତୁତ ମିଲେଟ୍ସ ଖାଦ୍ୟ ପରସିବେ । ମାଇକେଲସ କିଚେନ, ଓବରାଏସ କେଫେ, ଗ୍ରୀନ ଚିଲିଜ ଏବଂ ଓଡ଼ିଶା ହୋଟେଲ ଆଦି ସେମାନଙ୍କର ପ୍ରସିଦ୍ଧ ମିଲେଟ୍ସ ପ୍ରସ୍ତୁତିକୁ ଜନସାଧାରଣଙ୍କ ନିକଟରେ ଉପସ୍ଥାପିତ କରିବେ ।

ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ତିଆରି ସୁସ୍ୱାଦୁ ମିଲେଟ୍ସ ଖାଦ୍ୟ ଏହି ଫେଷ୍ଟିଭାଲର ଆଉ ଏକ ଆକର୍ଷଣ । କୃଷି ବିଭାଗ ନିର୍ଦ୍ଦେଶକ ଶ୍ରୀ ପ୍ରେମ ଚଉଧୁରୀ କହିଛନ୍ତି ଯେ ମିଲେଟ୍ସ ହେଉଛି ଭବିଷ୍ୟତର ଖାଦ୍ୟ ଏବଂ ଜୀବନଶୈଳୀ ରୋଗ ନିୟନ୍ତ୍ରଣର ଏକ ମାଧ୍ୟମ । ମିଲେଟ୍ସର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି, ହୋଟେଲ ମାନଙ୍କର ପ୍ରୋତ୍ସାହନ ଫଳରେ ଏହା ଯୁବପୀଢୀମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର ଖାଦ୍ୟ ଭାବରେ ବେଶ ଆଦୃତ ହେବ । ଅପରାହ୍ନ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ହେବାକୁ ଥିବା ଏହି ଫୁଡ ଫେଷ୍ଟିଭାଲରେ ଓଡିଶାର ଜନପ୍ରିୟ ଅଭିନେତ୍ରୀ ଶିବାନୀ ସଙ୍ଗୀତା, ଭୂମିକା ଦାଶ, ଦିବ୍ୟଦିଶା ମହାନ୍ତି ସମେତ ଆହୁରି ଅନେକ ଇନଫ୍ଲ୍ୟୁଏନ୍ସର ଓ ଗଣମାଧ୍ୟମ ପ୍ରତିନିଧି ଯୋଗଦେବେ । ଏହି ଉତ୍ସବ ମାଧ୍ୟମରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ମିଲେଟ୍ସର ଉପକାରୀତା ଏବଂ ଖାଦ୍ୟର ବିକଳ୍ପ ପରିଚିତିକୁ ତୋଳି ଧରିବାହିଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଆନ୍ତରିକ ଲକ୍ଷ୍ୟ ।

No Result
View All Result