No Result
View All Result
୨୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ଆର, ଉଦୟଗିରି :-> ଦୁର୍ଗମ ଅଞ୍ଚଳକୁ କଂଗ୍ରେସ ଗଡ଼ କହୁଥିଲା ବେଳେ କଂଗ୍ରେସ ଗଡ଼କୁ ଭାଙ୍ଗୁଛି ରାଜ୍ୟ ସରକାରଙ୍କ ବିକାଶର ଯୋଜନା । କଂଗ୍ରେସ ଦଳ ଛାଡ଼ି ବିଜେଡି଼ରେ ସାମିଲ ହେଉଛନ୍ତି କଂଗେସ କର୍ମୀ। କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି ସମସ୍ତ ଗ୍ରାମବାସୀ। ହଁ ଆଜ୍ଞା ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ଅଞ୍ଚଳର ପି, ଅନ୍ତରଡ଼ା ଗ୍ରାମ ପଞ୍ଚାୟତର ଉକାରସିଂ ଏବଂ ପାଲେରୀ ଗ୍ରାମ ର କଂଗ୍ରେସ କର୍ମୀ ସବୁ ବିଜେଡ଼ିର ମିଶ୍ରଣ ପର୍ବ ରେ ଯୋଗ ଦେଇଥିଲେ । ଉକ୍ତ ମିଶ୍ରଣ ପର୍ଵ ର ମୁଖ୍ୟ ଚାଣକ୍ୟ ତଥା ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ନୂଆଗଡ ବ୍ଲକ୍ ,ଉପ ସଭାପତି ଜେମସ ରାଇକା,

ନୂଆଗଡ ବ୍ଲକ୍ ସାଂସଦ ପ୍ରତିନିଧି ରିଙ୍କୁ ପାଣି, ବିଜେଡି ସଭାପତି ଯୋହନ ମାଝି ନେତୃତ୍ବରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେଡ଼ି ଜିଲ୍ଲା ସଭାପତି ଜଗବନ୍ଧୁ ଦାସ, ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧକ୍ଷ ଗବରା ତିରୁପତି ରାଓ, ଜିଲ୍ଲା ଉପସଭାପତି ଜେମସ ରାଇକା, ବ୍ଲକ ବିଜେଡି଼ ସଭାପତି ଯୋହନ ମାଝି, ସାଂସଦ ପ୍ରତିନିଧି ରିଙ୍କୁ ପାଣି ଜିଲ୍ଲା ମହିଳା ସଭାପତି ପୂର୍ଣ୍ଣବାସୀ ନାୟକ,ଏସଡିସି ସଦସ୍ୟ ସେବତୀ ଶବର ସମେତ ବିଜେଡ଼ିର ଜିଲ୍ଲା ଓ ବ୍ଲକ ସ୍ତରୀୟ ପଦାଧିକାରୀ ଏବଂ ଅଞ୍ଚଳର ବରିଷ୍ଟ କର୍ମୀ ମାନେ ଉପସ୍ଥିତ ଥିଲେ। ଅତିଥି ମାନଙ୍କୁ ଗାଁ ମୁଣ୍ଡରୁ ବାଜା ରୋଷଣୀ ସହିତ ନାଚି ନାଚି ବହୁ ଆଡମ୍ବର ସହକାରେ ମିଶ୍ରଣ ପର୍ବ ସଭା ସ୍ଥଳକୁ ପାଛଟି ଆଣିଥିଲେ ।

ସେଠାରେ ଅତିଥି ମାନଙ୍କୁ ଉପଢଙ୍କନ ଦେଇ ସମ୍ମାନିତ କରିଥିଲେ। ତତ୍ପରେ ଏହି ମିଶ୍ରଣ ପର୍ବରେ ସ୍ଥାନୀୟ ସମସ୍ତ ଗ୍ରାମବାସୀ କଂଗ୍ରେସ ଦଳ ଛାଡ଼ି ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଲେ। ସେମାନଙ୍କୁ ବିଜେଡିର ଜିଲ୍ଲା ଏବଂ ବ୍ଲକ ପଦାଧିକାରୀ ମାନଙ୍କ ଉପସ୍ଥିତିରେ ବିଜେଡି଼ର ଉତ୍ତରୀୟ ଦେଇ ସାମିଲ କରାଇ ଥିଲେ। ଏହି କାର୍ଯ୍ୟକ୍ରମ ଦ୍ୱାରା କଂଗ୍ରେସ ର ବଳ ଦୁର୍ବଳ ହେବାରେ ଲାଗିଛି , କାରଣ ରାଜ୍ୟ ସରକାରଙ୍କ ଦ୍ଵାରା ଉପାନ୍ତ ଦୁର୍ଗମ ଅଞ୍ଚଳ ମାନଙ୍କରେ ଲୋକାଭିମୁଖୀ ବିକାଶ ମୂଳକ କାର୍ଯ୍ୟ ହେଉଥିବାରୁ ଏହାକୁ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳ ଛାଡିଛନ୍ତି ଲୋକେ।


No Result
View All Result