No Result
View All Result
୨୨ ସେପ୍ଟେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) କଟକ :-> କଟକ ମହାନଗର ନିଗମ ୫୮ ନମ୍ବର ୱ।ର୍ଡ଼ ନୂଆଗଡ଼ ଗ୍ରାମର ବିଭିନ୍ନ ସାହିରେ ହୋଇଥିବା ସାତ ଗୋଟି ପୂଜା ମଣ୍ଡପରେ, ସନ୍ଧ୍ୟା ହେଲେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି । ବିଭିନ୍ନ ପୂଜା ମଣ୍ଡପରେ କରାଯାଇଥିବା ସୁନ୍ଦର ସାଜ ସଜା, ପୂଜା ମଣ୍ଡପକୁ ଆକର୍ଷିତ କରିପାରିଛି । ସେହିପରି ବିଭିନ୍ନ ପୂଜା ମଣ୍ଡପରେ ଅନୁଷ୍ଠିତ ହେଉଥିବା ସାସ୍କୃତିକ କାର୍ଯ୍ୟକ୍ରମ ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇ ରାତି ୧୦ ଟା ପର୍ଯ୍ୟନ୍ତ ଚାଲୁଛି । ଶ୍ରଦ୍ଧାଳୁ ମାନେ ପୂଜା ମଣ୍ଡପ ବୁଲି ମେଲୋଡି ଦେଖିବା ସହିତ ଚଟପଟି ଖାଦ୍ୟ ଖାଇବାର ମଜା ନେଉଛନ୍ତି ।

ଶ୍ରଦ୍ଧାଳୁଙ୍କ ଭିଡ଼କୁ ନିୟନ୍ତ୍ରଣ କରିବା ଏବଂ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ସଦର ପକ୍ଷରୁ ପୋଲିସ ଫୋର୍ସ ମୁତୟନ କରାଯାଇଛି । କେଉଁଠି ରାମଲୀଳା ପରିବେଷଣ କରାଯାଇଛିତ ଅନ୍ୟ କେଉଁଠି ମେଲୋଡି , ଭଜନ ପରିବେଷଣ କରାଯାଉଥିବ ଦେଖିବାକୁ ମିଳିଥିଲା । ରଙ୍ଗ ବେରଙ୍ଗର ଆଲୋକ ସାଜସଜ୍ଜା ସାଙ୍ଗକୁ ମେଲୋଡି କାର୍ଯ୍ୟକ୍ରମ ପୂଜା ମାହାଲୋକୁ ଉତ୍ସବ ମୁଖର କରିପାରିଛି । ଏହି ଅବସରରେ ଗୁରୁବାର ରାତିରେ ପ୍ରିନ୍ସ ଗଣେଶ ପୂଜା କମିଟି ଏବଂ ତ୍ରିନାଥ ଗଣେଶ ପୂଜା କମିଟି ପକ୍ଷରୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ନୂଆଗଡ଼ର ୭ ଗୋଟି ପୂଜା କମିଟିର ସଭାପତି ବିଘ୍ନେଶ୍ୱର ବରାଳଙ୍କ ନେତୃତ୍ବରେ ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବରେ ସଭାପତି ଶରତ କୁମାର ନାୟକ, ସଂପାଦକ ସୁରେଶ ଶତପଥୀ, ନୂଆଗଡ଼ ଗ୍ରାମ ଉନ୍ନୟନ କମିଟିର ଉପଦେଷ୍ଟା ସୁକାନ୍ତ ଶତପଥୀ, କେଦାର ନାଥ ସିଂ,ଗ୍ରାମ ଉନ୍ନୟନ କମିଟିର ସଭାପତି ବିକ୍ରମ ଶତପଥୀ ,ଉପ ସଭାପତି ଗଣେଶ ବରାଳ ,କାର୍ଯ୍ୟକାରୀ ସଭାପତି ତୈଲୋକ ପ୍ରଧାନ, ବ୍ରିଜେଶ ଶତପଥୀଙ୍କୁ ପୁଷ୍ପଗୁଛ ଉତରିୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଦୁଇ ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ମେଲୋଡି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଆସନ୍ତା ରବିବାର ୨୪ ତାରିଖ ଦିନ ସମସ୍ତ ଗଣେଶ ମେଢ଼ ନୂଆଗଡ଼ ଖେଳ ପଡିଆରେ ଦିନ ୩ ଟାରେ ଏକତ୍ରିତ ହେବେ । ସେଠାରେ ଲଟେରୀ କରାଯାଇ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ସାରି ରାତି ୧୦ଟାରେ ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିଶର୍ଜନ କରିବାର କାର୍ଯ୍ୟକ୍ରମ ରହିଛି ।


No Result
View All Result